ଭଦ୍ରକ ଜିଲ୍ଲା ସୂଚନା ଓ ଜନସମ୍ପର୍କ କାର୍ଯ୍ୟାଳୟ ପ୍ରେସ ବିଜ୍ଞପ୍ତି ସଂସଦ ଖେଳ ମହୋତ୍ସବ ୨୦୨୫

ଭଦ୍ରକ ଜିଲ୍ଲା ସୂଚନା ଓ ଜନସମ୍ପର୍କ କାର୍ଯ୍ୟାଳୟ ପ୍ରେସ ବିଜ୍ଞପ୍ତି ସଂସଦ ଖେଳ ମହୋତ୍ସବ ୨୦୨୫ ଓ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ପ୍ରସ୍ତୁତି ସଭା ଆଜି ସନ୍ଧ୍ୟା ୬.୩୦ ରେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ସଭାଟି ଅଧ୍ଯକ୍ଷତା କରିଥିଲେ ମାନ୍ୟନୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ବଂଶୀ ସୂରଜ (ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)। ସଭାରେ ଉପସ୍ଥିତ ଥିଲେ ମାନ୍ୟନୀୟ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ମାନ୍ୟନୀୟ ବିଧାୟକ ଶ୍ରୀ ସିତାନ୍ତୁ ସେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ମଜିଷ୍ଟ୍ରେଟ୍ ଶ୍ରୀ ଦିଲୀପ ରାଉତରାଏ ।ଉପସ୍ଥିତ ଅନ୍ୟାନ୍ୟଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭଦ୍ରକ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା କ୍ରୀଡା ଅଧୁକାରୀ, OSD (କ୍ରୀଡା), ଜିଲ୍ଲା ଶିକ୍ଷା ଅଧୁକାରୀ, ଜିଲ୍ଲା ସାର୍ବଜନିକ ସୂଚନା ଅଧିକାରୀ ଓ ସିଭିଲ ସୋସାଇଟିର ନାମିତ ସଦସ୍ୟମାନେ ଥିଲେ ।ମାନନୀୟ ମନ୍ତ୍ରୀ ଜଣାଇଲେ ଯେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳନ ରାଷ୍ଟ୍ରୀୟ ଏକତା, ଯୁବ ଅଂଶଗ୍ରହଣ ଓ ଶାରୀରିକ କୁଶଳତାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହେବା ଉଚିତ୍‌ । ସେ ‘ଏକତା ଦୌଡ଼’ ଉପରେ ବିଶେଷ ଜୋର ଦେଲେ ଓ ସମସ୍ତ ବିଭାଗକୁ ସଂପୂର୍ଣ ସମନ୍ୱୟ ଓ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଲେ ।ସଂସଦ ଖେଳ ମହୋତ୍ସବ ଉଦ୍ଘାଟନ ନିମନ୍ତେ ତାରିଖ ୧୨:୧୧.୨୦୨୫ ଭଦ୍ରକ ଏସବିଜି ବିଦ୍ୟାଳୟରେ ପ୍ରସ୍ତାବିତ ହୋଇଛି ।ଖେଳ ମହୋତ୍ସବ ନିମନ୍ତେ ପ୍ରଧାନ ସ୍ଥାନଗୁଡ଼ିକ ଚାନ୍ଦବାଲି ଓ ତିହିଡ଼ି ବ୍ଳକ – MPIS ଓ ମତୋ କଲେଜ ପଡ଼ିଆ ଭଣ୍ଡାରିପୋଖରି ଓ ବୋନ୍ଥ – MPIS ଭଦ୍ରକ ଓ ନେତାଳି ଖେଳ ପଡ଼ିଆ (ପୁରୁଷୋତ୍ତମପୁର) ଧାମନଗର – MPIS ଓ ଡୋବଲ ପ୍ଲେଗ୍ରାଉଣ୍ଡବସୁଦେବପୁର – MPIS ଓ A.B. ହାଇ ସ୍କୁଲ୍ ଭଦ୍ରକ ବ୍ଳକ – MPIS ଓ SBD ସ୍କୁଲ ପ୍ଲେଗ୍ରାଉଣ୍ଡସିମୁଲିଆ -ଇନଡୋର ହଲ୍ ଓ ଆର. ଏନ୍. ହାଇ ସ୍କୁଲ୍ ପଡ଼ିଆ, ମାରକୋଣା ସୋରୋ – U.N. କଲେଜ ପ୍ଲେଗ୍ରାଉଣ୍ଡଜିଲ୍ଲାପାଳ ଭଦ୍ରକଙ୍କୁ ସମସ୍ତ ହିସ୍ଵାଭାଗୀ ବିଭାଗ ସହିତ ଏକ ସମନ୍ୱୟ ସଭା ଆୟୋଜନ କରି ମହୋତ୍ସବ ଓ ଏକତା ଦୌଡ଼ କାର୍ଯ୍ୟକ୍ରମ ସଫଳ କରିବାକୁ କୁହାଗଲା ।ଆଜି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଙ୍କ ନିର୍ଦ୍ଦେଶନାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *