ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ଆରମ୍ଭ: ରେଳ ବୋର୍ଡ ଅଧ୍ୟକ୍ଷ ଏବଂ ସିଇଓଙ୍କ ଦ୍ୱାରା ସଚ୍ଚୋଟତା ଶପଥ ଗ୍ରହଣଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ର ବିଷୟବସ୍ତୁ “ଦୁର୍ନୀତି ନିବାରଣ: ଆମର ସହଭାଗୀ ଦାୟିତ୍ୱ” ସ୍ୱଚ୍ଛତାକୁ ସୁଦୃଢ଼ କରିବା ଏବଂ ଦୁର୍ନୀତି ପରିସରକୁ ହ୍ରାସ କରି ସଚ୍ଚୋଟତା, ଦକ୍ଷତା ଏବଂ ଜନସେବାର ମୂଲ୍ୟବୋଧକୁ ବଜାୟ ରଖିବାକୁ ରେଳବାଇ ବୋର୍ଡର ଅଧ୍ୟକ୍ଷ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତିରେଳବାଇ ବୋର୍ଡର ଭିଜିଲାନ୍ସ ନିର୍ଦ୍ଦେଶାଳୟ ଜନସେବାରେ ଦୁର୍ନତି ନିବାରଣ ଏବଂ ନୈତିକତାକୁ ପ୍ରୋତ୍ସାହିତ କରିବା ପାଇଁ ସେମିନାର, କର୍ମଶାଳା, ପୋଷ୍ଟର ଅଭିଯାନ ଏବଂ ପାରସ୍ପାରିକ ଆଲୋଚନା ଅଧିବେଶନ ସମେତ ସପ୍ତାହବ୍ୟାପୀ କାର୍ଯ୍ୟକଳାପ ଯୋଜନା କରିଛିକେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଦେଶବ୍ୟାପୀ ସତର୍କତା ସଚେତନତା ସପ୍ତାହ ସହିତ ରେଳ ମନ୍ତ୍ରଣାଳୟ ରେଳ ବୋର୍ଡରେ ସତର୍କତା ସଚେତନତା ସପ୍ତାହ ୨୦୨୫ ପାଳନ କରୁଛି। ଏହି ସପ୍ତାହର ଉଦ୍ଦେଶ୍ୟ ହେଉଛି ପ୍ରଶାସନରେ ଅଖଣ୍ଡତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା। ରେଳବାଇ ବୋର୍ଡ (ସି. ଆର. ବି.)ର ଅଧ୍ୟକ୍ଷ ତଥା ସି. ଇ. ଓ. ଶ୍ରୀ. ସତୀଶ କୁମାର, ରେଳବାଇ ବୋର୍ଡର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମନ୍ତ୍ରଣାଳୟର ବିଭିନ୍ନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ସିଧା ସଳଖ ଏବଂ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ଏହା ୨୭ ଅକ୍ଟୋବର ୨୦୨୫ ରୁ ୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ।କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ଦ୍ୱାରା ଅଧିସୂଚିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ର ବିଷୟବସ୍ତୁ ହେଉଛି “ଦୁର୍ନୀତି ନିବାରଣ : ଆମର ସହଭାଗୀ ଦାୟିତ୍ୱ”। ଏହି ବିଷୟବସ୍ତୁ ଦୁର୍ନୀତି ମୁକ୍ତ ସଂଗଠନ ଗଠନ ଦିଗରେ ନୈତିକ ଆଚରଣ, ଶାସନରେ ସ୍ୱଚ୍ଛତା ଏବଂ ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଥାଏ। ନିଜର ମନ୍ତବ୍ୟରେ, ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ସିଇଓ, ସୁଶାସନକୁ ପ୍ରୋତ୍ସାହିତ କରିବାରେ ଦୁର୍ନୀତି ନିବାରଣର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ରେଖାଙ୍କିତ କରିଥିଲେ ଏବଂ ସଚ୍ଚୋଟତା, ଦକ୍ଷତା ଏବଂ ଜନସେବାର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସ୍ୱଚ୍ଛତାକୁ ସୁଦୃଢ଼ କରିବା ଏବଂ ଅନିୟମିତତାର ସମ୍ଭାବନା ହ୍ରାସ କରିବା ଲାଗି ଭାରତୀୟ ରେଳବାଇ ଦ୍ୱାରା ନିଆଯାଇଥିବା ବିଭିନ୍ନ ଡିଜିଟାଲ ଏବଂ ବ୍ୟବସ୍ଥିତ ସଂସ୍କାର ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ରେଳବାଇ ବୋର୍ଡର ଭିଜିଲାନ୍ସ ନିର୍ଦ୍ଦେଶାଳୟ ସପ୍ତାହବ୍ୟାପି ଅନେକ କାର୍ଯ୍ୟକଳାପ ଆୟୋଜନ କରିଛି, ଯେଉଁଥିରେ ସେମିନାର, କର୍ମଶାଳା, ପୋଷ୍ଟର ଅଭିଯାନ ଏବଂ ପାରସ୍ପାରିକ ଆଲୋଚନା ଅଧିବେଶନ ଅନ୍ତର୍ଭୁକ୍ତ, ଯାହା ଜନସେବାରେ ଦୁର୍ନୀତି ନିବାରଣ ଏବଂ ନୈତିକତା ବିଷୟରେ ସଚେତନତା ସୃଷ୍ଟି କରିବା ଆଦି ରହିଛି ।

Leave a Reply

Your email address will not be published. Required fields are marked *