ଉପ ମୁଖମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମୁମ୍ବାଇ ଗସ୍ତ ଭାରତୀୟ ନୌବାଣିଜ୍ୟ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେବେ
ଭୁବନେଶ୍ୱର-ତା.୨୭.୧୦.୨୦୨୫ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଦୁଇ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି । ମୁମ୍ବାଇର ଗୋରେଗାଁସ୍ଥିତ ବମ୍ବେ ପ୍ରଦର୍ଶନୀ କେନ୍ଦ୍ର ଠାରେ ଆୟୋଜିତ ଭାରତୀୟ ନୌବାଣିଜ୍ୟ ସପ୍ତାହ-୨୦୨୫ ପାଳନରେ ସେ ଆସନ୍ତକାଲି ଯୋଗଦେବେ । ଭାରତୀୟ ନୌବାଣିଜ୍ୟରେ ଓଡ଼ିଶାର ସ୍ୱର୍ଣ୍ଣିଭ ଯୋଗଦାନ ଓ ଏହାର ଐତିହ୍ୟ ସମ୍ପର୍କିତ ସନ୍ଦର୍ଭ ଉପରେ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳ ସଂଯୋଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ,ଶ୍ରୀ ଶାନ୍ତନୁ ଠାକୁର, ଗବେଷକ, ବିଭିନ୍ନ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଆମର ପାରମ୍ପରିକ ନୌବାଣିଜ୍ୟ ଐତିହ୍ୟ, ଆଧୁନିକ ନୌବାଣିଜ୍ୟ, ବନ୍ଦର ସୁଦୃଢ଼ୀକରଣ, ଜାହାଜ ପରିଚାଳନା, ନୂତନ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ, ମାନବ ସମ୍ବଳର ଉପଯୋଗୀତା ଉପରେ ସାରଗର୍ଭକ ଆଲୋଚନା ହେବ ।
