ବୣନ୍ଦାବନ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ କମିଟି ପୂନର୍ଗଠନ।

ରଘୁନାଥପୁର ତା ୨୮/୧୦:-ରଘୁନାଥପୁର ବ୍ଲକ ଶିକ୍ଷାମଣ୍ଡଳ ଅଧିନରେଥିବା ରେଢୁଆ ବୣନ୍ଦାବନଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ର ପଞ୍ଚସଖା ଶିକ୍ଷାସେତୁ କମିଟି ପୁନର୍ଗଠନ କରାଯାଇଛି।ଏହି କମିଟି ଦିର୍ଘ ୭ ବର୍ଷ ରୁ ଉର୍ଦ୍ଧହେବ ରହିଥିଲା। ସରକାର ଙ୍କ ଚିଠି ବଳରେ ପୁରୁଣା କମିଟି କୁ ଭଙ୍ଗାଯାଇ ମଙ୍ଗଳବାର ଏହାର ପୁନର୍ଗଠନ କରାଯାଇଛି। ବିଦ୍ୟାଳୟ ପରିଷରରେ ପ୍ରଧାନଶିକ୍ଷୟତ୍ରୀ ରୀତା ରାଉତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ, ଶିକ୍ଷକ,ଶିକ୍ଷୟତ୍ରୀ ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏହି କମିଟିର ପୂନର୍ଗଠନ କାର୍ଯ୍ୟ ରାଯାଇଥିଲା।ଏଥିରେ ସର୍ବସମତି କ୍ରମେ ସରପଞ୍ଚ କିଶୋର ଚନ୍ଦ୍ର ବେହେରା ଙ୍କୁ ଆଲୁମିନ ସଭାପତି ଭାବେ ମନନିତ କରାଯାଇଥିବାବେଳେ,ଉପସଭାପତି ସୁନିଲ କୁମାର ଜେନା ଙ୍କୁ ମନନିତ କରାଯାଇଛି। ସେହିପରି ମହିଳା ଆଲୁମିନ ପ୍ରତିନିଧି ପ୍ରଣିତା ଦେଇ (ସଭ୍ୟ),ନୋଡାଲ ଶିକ୍ଷକ ସମୀର ପ୍ରସନ ସ୍ଵାଇଁ (ସଭ୍ୟ)ବାଳକ ପ୍ରତିନିଧି ଶ୍ରୀୟାଂଶ ସ୍ଵାଇଁ (ସଭ୍ୟ)ବାଳିକା ପ୍ରତିନିଧି ସ୍ମୀତାଞଳୀ ମହାରଣା (ସଭ୍ୟ)ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି କଳ୍ପତରୁ ରାଉତ (ସଭ୍ୟ)ବିଦ୍ୟାଳୟ ପରିଚାଳନା କମିଟିର ବିଜୟ କୁମାର ସେଠୀ (ସଭ୍ୟ)ଆଲୁମିନ ପ୍ରତିନିଧି ସୁନୟ ମହାପାତ୍ର ଙ୍କୁ(ସଭ୍ୟ ଆବାହକ )ଭାବେ ମନନିତ କରାଯାଇଛି।ଏଥିରେ ସରପଞ୍ଚ ଶ୍ରୀ ବେହେରା ଙ୍କୁ ଆଲୁମିନ ସଭାପତି ଭାବେ ମନନିତ କରାଯାଇଥିବାରୁ ସେ ପ୍ରଧାଶିକ୍ଷୟତ୍ରୀ, ତଥା ଉପସ୍ଥିତ ସମସ୍ତ ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ କୣତଜ୍ଞତା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *