ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଦବଙ୍ଗଗିରି।

ରଘୁନାଥପୁର ୩୦/୧୦:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜୈନିକ ଡ଼ାକ୍ତରଙ୍କ ଦବଙ୍ଗ ଗିରି ଯୋଗୁଁ ରୋଗୀ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି।ଡାକ୍ତର ଙ୍କ ଦୁର୍ବ୍ୟବହାର ଓ ନାଲିଆଖି କୁ ଭୟକରି ରୋଗି ତଥା ସାଙ୍ଗରେ ଆସୁଥିବା ପରିବାରଲୋକେ ମଧ୍ୟ ମେଡିକାଲ କୁ ଆସିବାକୁ ଭୟକଲେଣି।ଏହି ଡାକ୍ତରଙ୍କପାଇଁ ପ୍ରତିଦିନ ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।ସ୍ଥାନୀୟ କିଛି ଡାଇଗ୍ନୋନିକ ସେଣ୍ଟର ମାଲିକ ,ମେଡିସିନ୍ ଷ୍ଟୋର ମାଲିକଙ୍କ ସହ ମେଡ଼ିସିନ୍ କମ୍ପାନୀ ଏଜେଣ୍ଟ ମାନେ ଡାକ୍ତର ରୋଗିଦେଖିବା ସମୟରେ ଭିଡଜମାଇ ରଖୁଥିବାରୁ ବାହାରେ ଲମ୍ବାଧାଡିରେ ରୋଗିମାନେ ଘଣ୍ଟାଘଣ୍ଟାଧରି ଠିଆହେଉଥିବାର ଦେଖିବାକୁ ମିଳିଛି।ଯାହାକୁନେଇ ରୋଗିଓ ଡାକ୍ତଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେବା ପ୍ରତିଦିନିଆ ଘଟଣାରେ ପରିଣତହେଲାଣି।ଆହୁରି ମଧ୍ୟ ବାହାରଦଲାଲ ମାନଙ୍କ ସହିତ ସମ୍ପର୍କ ରଖି ଡ଼ାକ୍ତରଖାନା ରେ ସରକାରଙ୍କ ତରଫରୁ ଯୋଗେଇ ଦିଆ ଯାଉଥିବା ସମସ୍ତପ୍ରକାର ମାଗଣା ମେଡିସିନ ମହଜୁଦ ଥିବା ବେଳେ ସଂପୁକ୍ତ ଡାକ୍ତର ଜଣଙ୍କ ନିର୍ଦ୍ଦିଷ୍ଟ କମ୍ପାନୀର ମେଡ଼ିସିନ୍ ଲେଖିବାସହ ବାହାରେ ପରୀକ୍ଷା ନିମନ୍ତେ ରୋଗୀକୁ ବାଧ୍ୟ କରିବା ବହୁ ନଜିର ରହିଛି। ଗତ କିଛି ଦିନ ତଳେ ଏକ ସିରୀୟସ ରୋଗୀ ରାତ୍ର ସମୟରେ ଡ଼ାକ୍ତରଖାନାକୁ ଆସିଥିବା ବେଳେ ସଂପୃକ୍ତ ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଗଣ୍ଡଗୋଳ ଉଗ୍ରରୁପ ଧାରଣ କଲା ଫଳରେ ସ୍ଥାନୀୟ ପୋଲିସର ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ଶାନ୍ତ ପଡ଼ିଲା,ସେହିପରି ଏହି ଡାକ୍ତରଖାନାର ଜଣେ ସହକର୍ମୀ ସହ ବ୍ୟକ୍ତିଗତ ମନୋମାଲୀନ ଯୋଗୁଁ ଜଣେ ପୋଲିସ୍ ଅଧିକାରୀଙ୍କ ଦ୍ଵାରା ତାଙ୍କୁ ବାରମ୍ବାର ଧମକଚମକ ଦେଇ ତାଙ୍କୁ ଭୟଭୀତ କରାଇଥିଲେ। ଏହି ଘଟଣାରେ ଜିଲ୍ଲା ଚିକିତ୍ସାଧିକାରୀ ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ଶାନ୍ତ ପଡ଼ିଥିଲା।ଆଉ ଏକ ସଙ୍ଗୀନ ଘଟଣା ବିନା ଛୁଟିରେ ସଂପୃକ୍ତ ଡାକ୍ତର ଜଣକ ନିୟମିତ ଡ଼ାକ୍ତରଖାନା ନ ଆସି ଉପସ୍ଥାନ ଖାତାରେ ଜୋର୍ ଜବରଦସ୍ତ ଦସ୍ତଖତକୁ ନେଇ ମେଡିକାଲ ସୂପରିଦେଣ୍ଟେଣ୍ଡ। ତାଙ୍କ ଦରମା ବନ୍ଦ କରି ତାଙ୍କ ଵିରୁଦ୍ଧ ରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କୁ ଜଣାଇବା ପରେ ଏକ କମିଟି ଗଠନ କରାଯାଇ ତଦନ୍ତ କରଯାଇଥିଲା।କିନ୍ତୁ ତାଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ତଦନ୍ତକାରି ଅଫିସର ତାଙ୍କ ବିରୁଦ୍ଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି ଏବଂ ସୁପରଟେଣ୍ଟ ମଧ୍ୟ ଅସହାୟ ପ୍ରକାଶ କରି ଉପରକୁ ହାତଟେକି ଦେଇଛନ୍ତି।ଏହାର କାରଣ ଡାକ୍ତର ଙ୍କ ଜଣେ ସମ୍ପର୍କୀୟ ଉଚ୍ଚପ୍ରଦସ୍ତ ଅଧିକାରୀ ହୋଇଥିବାରୁ ସେ ଡାକ୍ତର ଖାନାରେ ସମସ୍ତଙ୍କୁ ଭୟଭୀତ କରାଇ ରଖିଥିବାରୁ ତାଙ୍କ ବିରୁଦ୍ଧରେ କିଛିକାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ ji. ତମ ଉତ୍ତମ।ଯାହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖା ଦେଇଛି। ରାଜ୍ୟସରକାର ଉପରୋକ୍ତ ବିଷୟରେ ଗୁରୁତର ଭାବେ ଦୃଷ୍ଟି ଦବାସହ ଡାକ୍ତରଙ୍କ ପ୍ରତି ଦୣଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାପାଇଁ ଅଞ୍ଚଳପକ୍ଷରୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଦାବୀ କରିବା ସହ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *