ସାକ୍ଷୀଗୋପାଳ ମନ୍ଦିର ରେ ସମସ୍ତ ନୀତିକାନ୍ତି ସହ ପାଳନ ହେଉଛି ଅଁଳାନବମୀ
ସାକ୍ଷୀଗୋପାଳ – ଭକ୍ତ ଙ୍କ ଗହଳି ରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପୀନାଥ ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର |ବର୍ଷ କୁ ଥରେ ମା ରାଧା ଙ୍କ ପାଦଦର୍ଶନ କୁ ନେଇ ଦୂର ଦୁରାନ୍ତର ରୁ ଧାଇଁ ଆସିଛନ୍ତି ଭକ୍ତ | ଓଡ଼ିଆଣୀ ବେଶରେ କାଣିଆ କଛା ମାରି ନାନା ଅଳଙ୍କାର ରେ ବିଭୂଷିତ ହୋଇ ଦର୍ଶନ ଦେଉଛନ୍ତି ମା ରାଧାରାଣୀ,ପୂରଣ କୁହେ ଭକ୍ତ ପାଇଁ ସାକ୍ଷୀ ଦେବାକୁ ବୃନ୍ଦାବନ ରୁ ଚାଲି ଚାଲି ଆସି ଏଇ ଠାରେ ରହିଯାଇଥିଲେ ପ୍ରଭୁ, ରାଧା ଙ୍କ ବିନା ଅଧା ଥିଲେ ପ୍ରଭୁ ଗୋପାଳ କିମ୍ବଦନ୍ତୀ କୁହେ ସାକ୍ଷୀଗୋପାଳ ମନ୍ଦିର ର ବଡପଣ୍ଡା ବେଲେଶ୍ୱର ମହାପାତ୍ର ଙ୍କ କନ୍ୟା ରୂପେ ଜନ୍ମ ହୋଇଥିଲେ ଲକ୍ଷ୍ମୀ ସେହିଦିନୁ ମା ରାଧା ରୂପରେ ପୂଜା ପାଉଛନ୍ତି, ସବୁଠି ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ହେଲେ ଏଠି ସାକ୍ଷୀଗୋପାଳ ଙ୍କ ପାର୍ଶ୍ଵ ରେ ରହିଛନ୍ତି ଶ୍ରୀ ରାଧା ଓଡ଼ିଆ ଘର ର କନ୍ୟା ହୋଇଥିବାରୁ ଓଡ଼ିଆଣୀ ବେଶରେ ବର୍ଷ କୁ ଥରେ ଦର୍ଶନ ଦେଉଛନ୍ତି ମା ||ଆଉ ସେବା କରିବା ଉଦେଶ୍ୟ ରେ ପ୍ରଭୁ ଙ୍କ ପାଖରେ ରହିଛନ୍ତି ମା |ଶୁକ୍ଳପକ୍ଷ ନବମୀ ରେ ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା |ରାତି 1 ରୁ ଦ୍ୱାର ଫିଟା ହୋଇ 1.30 ରେ ମଙ୍ଗଳ ଆଳତୀ, ବେଶ ମୈଲମ, ମର୍ଦନ, ଅବକାଶ, ନଟବର ବେଶ, ବଲ୍ଲଭ ସକାଳ ଧୂପ, ବାଳ ଧୂପ, ପରେ ମନ୍ଦିର କର୍ମଚାରୀ, ସେବାୟତ ଙ୍କ ଦର୍ଶନ ପରେ ସକାଳ 6.30ଟା ରେ ସାହାଣ ମେଲା କରାଯାଇଛି,ଦର୍ଶନ ନିମନ୍ତେ ରାତ୍ରୀ ରୁ ରହିଛି ଭକ୍ତ ଙ୍କ ଭିଡ଼, ଲାଗି ରହିଛି।ହରିବୋଲ ହୁଳହୁଳି ରେ ପ୍ରାକମ୍ପିତ ହେଉଛି ମନ୍ଦିର ଚତୁର୍ପାଶ୍ୱ, FVO -ବର୍ଷ କୁ ଥରେ ମାଆ ରାଧାରାଣୀ ଙ୍କର ପାଦଦର୍ଶନ ହୋଇଥାଏ।
