ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଜମି ଦଖଲରେ ଥିଲେ ତାର ରେକର୍ଡ ମହାପ୍ରଭୁଙ୍କ ନାମକୁ ପରିବର୍ତ୍ତିତ ହେବ

ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଜମି ଦଖଲରେ ଥିଲେ ତାର ରେକର୍ଡ ମହାପ୍ରଭୁଙ୍କ ନାମକୁ ପରିବର୍ତ୍ତିତ ହେବ | କେହି ବେନିୟମ ଭାବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଜେ ଭୋଗ ଦଖଲରେ ଥିଲେ ତାହା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ରେକର୍ଡ ହେବ | ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ ଏ ସଂକ୍ରାନ୍ତରେ ନିଷ୍ପତି ନିଆଯିବ | ଗୋଟେ ଇଞ୍ଚ ଜମି ଯଦି ବିକ୍ରି ହେଲା ତେବେ ବେଞ୍ଚମାର୍କ ଭ୍ୟାଲୁଏସନ ଅନୁଯାଇ ଯାହା ଦର ଥିବ ଦେବାକୁ ପଡିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅରବିନ୍ଦ ପାଢ଼ୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଲ୍ୟାଣ୍ଡ ସବକମିଟି ବୈଠକରେ ଏ ନିଷ୍ପତି ନିଆଯାଇଛି | ବୈଠକ ଶେଷ ପରେ ଶ୍ରୀପାଢ଼ୀ କହିଲେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ଜମିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି | ରାଜ୍ୟ ସରକାର ଜମିଜମା ସଂକ୍ରାନ୍ତରେ ନୂଆ ନୀତି ଆଣିବା ପରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ | ଗତବର୍ଷ ସରକାରଙ୍କୁ ଚିଠା ପ୍ରସ୍ତାବ ଦିଆଯାଇଛି | ସରକାରଙ୍କ ନିଷ୍ପତି ଆସିବା ପରେ ମହାପ୍ରଭୁଙ୍କ ଜମିଜମା ସମ୍ପର୍କରେ ଚୂଡାନ୍ତ ନିଷ୍ପତି l

Leave a Reply

Your email address will not be published. Required fields are marked *