ଗଙ୍ଗେଶ୍ୱର ବେଳାଭୂମିରେ ହେବ ବୋଇତ ବନ୍ଦାଣ ଓ ଯଜ୍ଞ ମହୋତ୍ସବ
କାକଟପୁର.୦୨.୧୧()- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବାଲିଯାତ୍ରା ଉପଲକ୍ଷେ ଅସ୍ତରଙ୍ଗ ଛୁରିଆନା ସମୁଦ୍ର କୂଳ ଗଙ୍ଗେଶ୍ୱର ବେଳାଭୂମିରେ ବେଳାଭୁମି ଯଜ୍ଞ ମହୋତ୍ସବ ସମିତି ପକ୍ଷରୁ ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରାର ଦୃଢୀକରଣ ଓ ପ୍ରସାର ନିମନ୍ତେ ଅସ୍ତରଙ୍ଗ ବେଳାଭୂମିରେ ଅଧୂଷ୍ଠିତ ଶ୍ରୀ ଶ୍ରୀ ଗଙ୍ଗେଶ୍ଵର ମହାଦେବଙ୍କ ପୀଠରେ ନଭେମ୍ବର ୫ ଓ ୬ ତାରିଖ (ବୁଧବାର ଓ ଗୁରୁବାର) ଦୁଇଦିନ ଧରି ଅଷ୍ଟମ ବାର୍ଷିକ ଯଜ୍ଞ ମହୋତ୍ସବ, ସମୁଦ୍ର ଆଳତୀ ଏବଂ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରାଯିବ। ଏନେଇ ରବିବାର କାକଟପୁର ମୋତି ମଣ୍ଡପରେ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ପୂର୍ଣ୍ଣିମା ଦିବସରେ ବୋଇତ ବନ୍ଦାଣ ଉତ୍ସବ, ଗୋମାତା ପୂଜନ, ଗଙ୍ଗେଶ୍ୱର ମହାଦେବଙ୍କ ଘଟ ସ୍ଥାପନ, ସୂର୍ଯ୍ୟପୂଜା, ଯଜ୍ଞ, ସଙ୍କୀର୍ତ୍ତନ ଶୋଭାଯାତ୍ରା, ନଗର କୀର୍ତ୍ତନ, ପ୍ରସାଦ ସେବନ, ଯଜ୍ଞଶିଖା ପତ୍ରିକା ଉନ୍ମୋଚନ ସହ ସାଧୁସନ୍ଥ ମାନଙ୍କ ଦ୍ଵାରା ସମୁଦ୍ର ଆଳତୀ କାର୍ଯକ୍ରମ କରାଯିବ। ଛାଡଖାଇ ପର୍ବ ଦିନ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ବାରା କଳା ଓ ପ୍ରତିଭା ପ୍ରଦର୍ଶନ ମାଟିର ମହକ କାର୍ଯକ୍ରମ ଓ ବିସର୍ଜନ ଉତ୍ସଵ ଆୟୋଜିତ ହେବ। ଏହି ଉତ୍ସବରେ ହଜାର ହଜାର ହିନ୍ଦୁ ଧର୍ମର ବ୍ୟକ୍ତିବିଶେଷ ଓ ସାଧୁସନ୍ଥ ମାନେ ଯୋଗଦେବେ। ଏହି ଉତ୍ସବରେ ବିପୁଳ ମାତ୍ରାରେ ହିନ୍ଦୁ ଭାଈ ଭଉଣୀ ମାନେ ଯୋଗ ଦେବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବେଳାଭୁମି ଯଜ୍ଞ ମହୋତ୍ସବ ସମିତି ସଭାପତି ଅକ୍ଷୟ କୁମାର ପରିଡ଼ା, ସମ୍ପାଦକ ଚିନ୍ମୟ ପ୍ରକାଶ ଦାସ, କର୍ମକର୍ତ୍ତା ରୁପନ୍ ଭୋଇ ଓ ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ସ୍ବାଇଁ ପ୍ରମୁଖ ନିବେଦନ କରିଛନ୍ତି।
