ଜଳ ଉପରେ ଜାତୀୟ ବିଭାଗୀୟ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
ଜଳ ଉପରେ ଜାତୀୟ ବିଭାଗୀୟ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଟିମ୍ ଇଣ୍ଡିଆର ମନୋଭାବକୁ ସୁଦୃଢ଼ କରିବା ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଗଭୀର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଶିଖର ସମ୍ମିଳନୀର ଏହା ଥିଲା ପ୍ରଥମ ପର୍ଯ୍ୟାୟକାର୍ଯ୍ୟକାରିତା ଯୋଗ୍ୟ ଏବଂ ସମୟସୀମାବଦ୍ଧ ଫଳାଫଳ ଉପରେ କାମ କରିବା ପାଇଁ ସମୀକ୍ଷା ଓ ଅନୁସରଣର ଏକ ନିରନ୍ତର ପ୍ରକ୍ରିୟା ଗ୍ରହଣ କରିବାକୁ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀଜନ ଭାଗୀଦାରୀ ଉପରେ ଗୁରୁତ୍ୱାରୋପ କରିବା ସହ ଜଳ ସଂରକ୍ଷଣ ଉପରେ ଜନସଚେତନତାକୁ ଆହୁରି ଗଭୀର କରିବା ପାଇଁ ଜଳ ଉତ୍ସବକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନଜଳ-ସଞ୍ଚୟକାରୀ ପ୍ରଯୁକ୍ତିବିଦ୍ୟାର ଅଧିକ ଗ୍ରହଣ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସରୁ ଶିକ୍ଷା ଗ୍ରହଣ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀକୃତ୍ରିମ ବୁଦ୍ଧିମତାର ପ୍ରଭାବୀ ବ୍ୟବହାର ମାଧ୍ୟମରେ ଦୃଢ଼ ଜଳ ତଥ୍ୟ ଶାସନ ପାଇଁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀଜଳ ସମ୍ବନ୍ଧୀୟ ପ୍ରସଙ୍ଗରେ ଜନପ୍ରତିନିଧି, ଅଧିକାରୀ ଏବଂ କୃଷକମାନଙ୍କୁ ନେଇ ଢାଞ୍ଚାଗତ ଆନ୍ତଃରାଜ୍ୟ ଅଧ୍ୟୟନ-ଭ୍ରମଣ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, ୨ ସେପ୍ଟେମ୍ବରପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଜାତୀୟ ଜଳ ସମ୍ବନ୍ଧୀୟ ବିଭାଗୀୟ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି । ଟିମ୍ ଇଣ୍ଡିଆ ଭାବନାକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଆହୁରି ଗଭୀର କରିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ମାଧ୍ୟମରେ ଜାତୀୟ ପ୍ରାଥମିକତାର ସାମୂହିକ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଏହି ବିଭାଗୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ଭାରତରେ ଜଳ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଦୁଇଦିନିଆ ସାରଗର୍ଭକ ବିଚାରବିମର୍ଶକୁ ପ୍ରଶଂସା କରିଥିଲେ। ଶିଖର ସମ୍ମିଳନୀରୁ ବାହାରିଥିବା କାର୍ଯ୍ୟକାରିତା ଯୋଗ୍ୟ ଓ ସମୟସୀମାବଦ୍ଧ କାର୍ଯ୍ୟବିନ୍ଦୁଗୁଡ଼ିକୁ ସମୀକ୍ଷା ଓ ଶିକ୍ଷାର ଏକ ନିରନ୍ତର ପ୍ରକ୍ରିୟା ମାଧ୍ୟମରେ ଅନୁସରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଶିଖର ସମ୍ମିଳନୀ ଗୋଟିଏ ଥର ପାଇଁ ଅଭ୍ୟାସ ହୋଇ ରହିବା ଉଚିତ୍ ନୁହେଁ । ସେ ସମୀକ୍ଷା ଓ ଅନୁସରଣର ଏକ ନିରନ୍ତର ପ୍ରକ୍ରିୟା ପାଇଁ ଆହ୍ୱାନ କରିଥିଲେ ।ପ୍ରଧାନମନ୍ତ୍ରୀ ସହରୀକରଣ କାରଣରୁ ଦେଖା ଦେଉଥିବା ଆହ୍ୱାନ, ଯଥା: ଜନସଂଖ୍ୟା ବୃଦ୍ଧି ଏବଂ ଭବିଷ୍ୟତର ଜଳ ଆବଶ୍ୟକତା ପ୍ରତି ସହରାଞ୍ଚଳ ପ୍ରଶାସନିକ ସଂସ୍ଥାଗୁଡ଼ିକୁ ସଚେତନ କରିବାକୁ ଆହ୍ୱାନ କରିଥିଲେ । ସହରାଞ୍ଚଳ ସଂସ୍ଥାଗୁଡ଼ିକ ପାଇଁ ଅନୁରୂପ ଚିନ୍ତନ ଶିବିର ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ଜଳ-ସଂରକ୍ଷକ ପ୍ରଯୁକ୍ତିବିଦ୍ୟାକୁ ଅଧିକ ଗ୍ରହଣ ପାଇଁ ଆହ୍ୱାନ କରିଥିଲେ। ଭାରତୀୟ ନିର୍ମାତା ଓ ଅଂଶୀଦାରମାନଙ୍କୁ ଦକ୍ଷ ସମାଧାନ ବିକଶିତ ଓ ମାପ କରିବାରେ ସକ୍ଷମ କରିବା ପାଇଁ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ସହିତ ପରିଚିତ ହେବା ସହ ସମର୍ପିତ ପ୍ରଦର୍ଶନୀ ଓ କର୍ମଶାଳା ମଧ୍ୟ ପରାମର୍ଶ ଦେଇଥିଲେ।ଜନ ଭାଗୀଦାରୀ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ‘ଜଳ ଉତ୍ସବ’କୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ପଙ୍କୋଦ୍ଧାର କରିବା ପାଇଁ ଏକ ନିୟମିତ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ଏଥି ପାଇଁ ସ୍ପଷ୍ଟ ମାନଦଣ୍ଡ ଓ ଏସଓପି ବିକଶିତ କରିବାକୁ ଆହ୍ୱାନ କରିଥିଲେ। ନଦୀବନ୍ଧ ସୁରକ୍ଷା ସମ୍ପର୍କରେ ମତ ରଖି ସେ ପ୍ରତ୍ୟେକ ବର୍ଷା ପୂର୍ବରୁ କଠୋର ପ୍ରସ୍ତୁତି, ନିର୍ଦ୍ଧାରିତ ସତର୍କତା ପାଳନ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେଥିରେ ଶିକ୍ଷା ପାଠ୍ୟକ୍ରମରେ ଉପଯୁକ୍ତ ଅନ୍ତର୍ଭୂକ୍ତୀକରଣ ସାମିଲ ରହିଛି ।ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଜଳ ପରିଚାଳନା ଓ ଶାସନ ଉପରେ ଜ୍ଞାନ ଓ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରିଥିଲେ । ସେ ବ୍ୟବହାରିକ ଶିକ୍ଷା ଓ ସଫଳ ହସ୍ତକ୍ଷେପର ପୁନରାବୃତ୍ତିକୁ ସହଜ କରିବା ଲାଗି ଜନପ୍ରତିନିଧି, ଅଧିକାରୀ ଓ କୃଷକମାନଙ୍କୁ ନେଇ ଢାଞ୍ଚାଗତ ଆନ୍ତଃରାଜ୍ୟ ଅଧ୍ୟୟନ-ଭ୍ରମଣ କରିବାକୁ ପରାମର୍ଶ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଜଳ-କ୍ଷେତ୍ରର ତଥ୍ୟକୁ ଏକତ୍ରିତ କରି ବ୍ୟବସ୍ଥିତ ଭାବରେ ପରିଚାଳିତ, ବିଶ୍ଳେଷଣ ଏବଂ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ସହ ଦୃଢ଼ ଜଳ ତଥ୍ୟ ପରିଚାଳନା ପାଇଁ ଆହ୍ୱାନ କରିଥିଲେ। ସେ ଏକ ସମାନ ଫର୍ମାଟ୍ ମାଧ୍ୟମରେ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ ପାଇଁ ଏଆଇ ବ୍ୟବହାର କରିବାକୁ ସୁପାରିସ କରିଥିଲେ। କୃଷି ଓ ଶିଳ୍ପ ଉଦ୍ଦେଶ୍ୟରେ ବିଶୋଧିତ ଜଳର ଉପଯୁକ୍ତ ବ୍ୟବହାର ମାଧ୍ୟମରେ ଜଳ ଅଭାବକୁ ଦୂର କରିବା ପାଇଁ ସେ ଆଗୁଆ ଓ ସମନ୍ୱିତ ଯୋଜନା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଅଭିଜ୍ଞତା ବିଷୟରେ ମତ ରଖି ପ୍ରଧାନମନ୍ତ୍ରୀ କହିଥିଲେ, ବ୍ୟବସ୍ଥିତ ଯୋଜନା, ପ୍ରତିବଦ୍ଧତା ଏବଂ ପର୍ଯ୍ୟାପ୍ତ ସମ୍ବଳ ଓ ଦକ୍ଷ ଅଧିକାରୀମାନଙ୍କର ନିୟୋଜନ ମାଧ୍ୟମରେ ଜଳ ଅଭାବର ଉଦାହରଣଗୁଡ଼ିକୁ ସୁଯୋଗରେ ପରିଣତ କରାଯାଇପାରିବ ।କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର. ପାଟିଲ ଶିଖର ସମ୍ମିଳନୀର ଚାରୋଟି ପ୍ରମୁଖ ଫଳାଫଳ ଉପରେ ଆଲୋକପାତ କରିଥିଲେ । ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତ୍ୱରିତ ସମାପ୍ତି; ଏକ ନିରନ୍ତର ଜନ ଆନ୍ଦୋଳନ ଭାବରେ ଜଳ ସଂରକ୍ଷଣକୁ ସୁଦୃଢ଼ କରିବା; ପାନୀୟ ଜଳ ଉତ୍ସର ଦୀର୍ଘକାଳୀନ ସ୍ଥାୟିତ୍ୱ ସୁନିଶ୍ଚିତ କରିବା; ଏବଂ ଗ୍ରାମୀଣ ପାନୀୟ ଜଳ ଯୋଜନାଗୁଡ଼ିକର ପ୍ରଭାବଶାଳୀ ପରିଚାଳନା ଓ ରକ୍ଷଣାବେକ୍ଷଣକୁ ସଂସ୍ଥାଗତ କରିବାକୁ ସେ ମତ ରଖିଥିଲେ ।
