ଆତ୍ମା ର ସଦ୍ଗଦି ଓ ପୁନର୍ଜନ୍ମ ପାଇଁ ସମାଧିସ୍ଥଳ କେଣ୍ଡଲ ଜାଳି ଯୀଶୁ ଙ୍କୁ ଡାକିଲେ ଖିଷ୍ଟଧର୍ମବଲମ୍ବି।
Date -03/11/25Place- ସୋରଡ଼ା – ଆତ୍ମା ର ସଦ୍ଗଦି ଓ ପୁନର୍ଜନ୍ମ ପାଇଁ ସମାଧିସ୍ଥଳ ମହମ ବତୀ ଜାଳି ଯୀଶୁ ଙ୍କୁ ଡାକିଲେ ଖିଷ୍ଟଧର୍ମବଲମ୍ବି। ଗଞ୍ଜାମ ଜିଲ୍ଲାର ସୋରଡ଼ା ସହର ରେ ଥିବା ଖ୍ରୀଷ୍ଟ ଧର୍ମ ର କ୍ୟଥଲିକ ସମାଧିସ୍ଥଳ କୁ ଯାଇ ସମସ୍ତ ଖ୍ରୀଷ୍ଟଧର୍ମାଲମ୍ବି ମାନେ ମହମବତୀ,ଦୀପଜାଳି ମୃତ ବରଣ କରିଥିବା ବ୍ୟକ୍ତି ଙ୍କ ଆତ୍ମା ର ସତ୍ଗତି ନିମନ୍ତେ ଓ ପୁନର୍ଜନ୍ମ ପାଇଁ ପରମେଶ୍ୱର ଯୀଶୁକ୍ରିଷ୍ଟ ଙ୍କୁ ଆରାଧନା କରିଥିଲେ । ଏହା ପ୍ରତି ବର୍ଷ ନଭେମ୍ବର ମାସ 2 ତାରିଖ ରେ ପାଳନ କରିଥିବା ବେଳେ ସେମାନଙ୍କ କହିବା କଥା ଯେ ମଣିଷ ମଲା ପରେ ତାର ଆତ୍ମା ନର୍କର ନ ରହି ସ୍ୱର୍ଗପ୍ରାପ୍ତି ହେଉ ।ତେବେ ସୋରଡ଼ା ଅଞ୍ଚଳ ର ସମସ୍ତ ଖ୍ରୀଷ୍ଟଧର୍ମାଲମ୍ବିମାନେ ଏକତ୍ରିତ ହୋଇ ଏହିପରି କରିଥିବା ଦେଖିବାକୁ ମିଳିଛି ।
