ଖୋର୍ଦ୍ଧା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ବିଦାୟ ସମାରୋହ ଆୟୋଜିତ ହୋଇଥିଲା

ଖୋର୍ଦ୍ଧା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ବିଦାୟ ସମାରୋହ ଆୟୋଜିତ ହୋଇଥିଲା, ଯେଉଁଠି ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା, Inspector (A), ଆର.ଆଇ. (ହୋମଗାର୍ଡସ), ଖୋର୍ଦ୍ଧାଙ୍କୁ 𝗔𝘀𝘀𝗶𝘀𝘁𝗮𝗻𝘁 𝗖𝗼𝗺𝗺𝗮𝗻𝗱𝗮𝗻𝘁, 𝗢𝗦𝗔𝗣 𝟭𝘀𝘁 𝗕𝗮𝘁𝘁𝗮𝗹𝗶𝗼𝗻, ଢେଙ୍କାନାଳ ପଦବୀକୁ ପଦୋନ୍ନତି ହେବା ଅବସରରେ ଏବଂ ସର୍ଜେଣ୍ଟ ସୌମ୍ୟ ରଞ୍ଜନ ବରାଡ଼, ଏସ.ଆଇ. (A), 𝗥𝗢, ଖୋର୍ଦ୍ଧାଙ୍କୁ କୋରାପୁଟକୁ ବଦଳି ହେବା ଅବସରରେ ସାଦର ବିଦାୟ ଦିଆଯାଇଥିଲା।ଶ୍ରୀ ବିବେକାନନ୍ଦ ଶର୍ମା, ଭା.ପୁ.ସେ. ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା, ଉଭୟଙ୍କର ଉତ୍କୃଷ୍ଟ ଓ ନିଷ୍ଠାପୂର୍ଣ୍ଣ ସେବା ପ୍ରତି ସ୍ମୃତି ସ୍ୱରୂପ ଶୁଭେଚ୍ଛା ଜଣାଇ, ଫୁଲତୋଡ଼ା, ସ୍କାର୍ଫ ଓ ମେମେଣ୍ଟୋ ସହ ଅଭିନନ୍ଦନ ଜଣାଇଥିଲେ। ସେ ତାଙ୍କ ଭବିଷ୍ୟତ ଜୀବନରେ ଅଧିକ ସଫଳତା ଓ ଗୌରବମୟ ସେବା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ଓ ଉଭୟଙ୍କୁ ନୂତନ ଦାୟିତ୍ୱ ପାଇଁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଥିଲେ।ଖୋର୍ଦ୍ଧା ପୁଲିସ ତା: ୦୩. ୧୧. ୨୦୨୫ l

Leave a Reply

Your email address will not be published. Required fields are marked *