ସୋରଡ଼ା,ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟରେ ଆୟୋଜନ ହେଲା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ।

ଗଞ୍ଜାମ,ସୋରଡ଼ା: 03 11 2025 ଆଜି ଶଶି ଭୂଷଣ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି (୨୦୨୪-୨୫) ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ଲକ୍ ର 16ଟି କ୍ଲାଷ୍ଟରର ବିଦ୍ୟାଳୟରୁ ପ୍ରାୟ 250ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଏନ ଏ ସି ଅଧକ୍ଷ୍ୟ ଶିବ ଶଙ୍କର ପଣ୍ଡା, ସମ୍ମାନିତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାହୁ,ସହକାରୀ ଗୋଷ୍ଟି ଶିକ୍ଷା ଅଧିକାରୀ ସୁଶିଳା ପାତ୍ର,ପିତାମ୍ବର ନାୟକ, ବିଜୟ କୁମାର। ମଣ୍ଡଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ବିଦ୍ୟାଳୟର ପ୍ରଧାଶିକ୍ଷୟତ୍ରି ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆଦି ଯୋଗ ଦେଇଥିଲେ।ଏହି ବ୍ଲକ୍ ରେ କାର୍ଯ୍ୟରତ ଆର ସି ସି ସନ୍ତୋଷ କୁମାର ମହାନ୍ତି ଓ ନାଟ୍ୟକାର ତଥା ଅମୃତୁଲୁ ସି ଆର ସି ସି ରାଜେନ୍ଦ୍ର କୁମାର ବିଷୋୟୀ, କାଳୁ ଚରଣ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି କହିଛନ୍ତି ଅଞ୍ଚଳର ବିକାଶ ପାଇଁ ଏନ୍ ଏ ସି ସଦା ତତ୍ୱର ଥିବା ବେଳେ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶଶି ଭୂଷଣ ରଥଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ବର୍ତ୍ତମାନ ନିର୍ମାଣ ଥିବା ସ୍ମାର୍ଟ ପାର୍କରେ ସ୍ଥାନିତ ନେଇ କହିଛନ୍ତି ଏବଂ ସରକାର ଏହିଭଳୀ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣର ଏକ ମାଧ୍ୟମ ବୋଲି କହିଛନ୍ତି ଓ ମୁଖ୍ୟ ବକ୍ତା ସୁଶିଲା ପାତ୍ର ତାଙ୍କର ଅଭିଭାଷଣ ମାଧ୍ୟମରେ ସୁରଭୀର ପ୍ରାଧାନ୍ୟ ତଥା ପୀ ଏମ ପୋଷଣର କାର୍ଯ୍ୟକାରିତା ଓ ଲାଭ ଆଦି କହିବା ସହିତ ପୋଷଣ ଦ୍ବାରା ଛାତ୍ର ଛାତ୍ରୀଙ୍କ ଲାଭ ଓ ରୋଷେଇ ମା ମାନଙ୍କ ସମ୍ପର୍କରେ ସିଧପୁର କ୍ଲଷ୍ଟର ବାଲୁଙ୍କେଶ୍ୱର ବିଦ୍ୟାଳୟ ପିଲାଙ୍କ ପ୍ରତିକୃତି ଅଭିଭାବଙ୍କ ଠାରୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏଵଂ ବ୍ଲକ୍ ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପୂର୍ବତନ ସି ଆର ସି ସି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ଦ୍ଵାରା ସମ୍ମାନୀତ କରାଯାଇଥିଲା।ଏହି କ୍ଲଷ୍ଟରର ସି ଆର ସି ସି ସନ୍ତୋଷ ମହାନ୍ତି, ଅରୁଣ କୁମାର୍ ବେହେରା ଏହି ଉତ୍ସବର ସମସ୍ତ୍ କାର୍ଯ୍ୟକୁ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *