ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଦହି ସର୍ବତ ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଦହି ସର୍ବତ ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁ, ହବିଷ୍ୟାଳୀଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ। ଯୁବ ସାମ୍ବାଦିକଙ୍କ ଏଭଳି ମହାନ୍ କାର୍ଯ୍ୟକୁ ଉଭୟ ପ୍ରଶାସନିକ ଅଧିକାରୀ ଏବଂ ଶ୍ରଦ୍ଧାଳୁ ମାନେ ବେଶ୍ ପ୍ରଶଂସା କରିଛନ୍ତି। ପ୍ରବଳ ଖରା ଯୋଗୁଁ ପ୍ରଶାସନ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା

କରାଯାଇଥିଲେ ମଧ୍ୟ ପୁରୀ ଯୁବ ସାମ୍ବାଦିକ ସଂଘ ଏଭଳି ନିଆରା କାର୍ଯ୍ୟ ଆଗକୁ ଜାରି ରଖନ୍ତୁ ବୋଲି ମତପ୍ରକାଶ ପାଇଛି। ଶ୍ରୀମନ୍ଦିର ନିକଟରେ ଥିବା ବଡଛତା ମଠ ପାଖରେ ଦହି ସର୍ବତ ବଣ୍ଟନ କାର୍ଯ୍ୟ କରାଯାଇଥିଲା। ପୁରୀ ଯୁବ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟଙ୍କ ସହିତ ବରିଷ୍ଠ ସାମ୍ବାଦିକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *