ଆଧ୍ୟାତ୍ମିକ ଜାଗରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ମାଉସୀ ମାଆଙ୍କ ବିକାଶ ପାଇଁ ପ୍ରତିଶୃତିବଦ୍ଧ
ପୁରୀ, ତା ୪/୧୧ – ଉତ୍କଳୀୟ ଧର୍ମଧାରା ଓ ଶ୍ରୀଜଗନ୍ନାଥ ସଂସ୍କୃତି ରେ ମାଉସୀ ଅର୍ଦ୍ଧାସିନୀଙ୍କ ଯୋଗଦାନକୁ ବିଶ୍ଵ ସ୍ମରଣ ରଖିଛି। ଶ୍ରୀମନ୍ଦିର ଓ ଠାକୁରଙ୍କୁ ମହାପ୍ରଳୟ ରୁ ରକ୍ଷା କରିବା ପାଇଁ ଅର୍ଦ୍ଧଶୋଷଣୀ ରୂପ ଧାରଣ କରିଥିବା ଓ ପରଂପରା ସୂତ୍ରେ ବାହୁଡ଼ାଯାତ୍ରା ରେ ଠାକୁରଙ୍କୁ ପୋଡ଼ପିଠା ଖୁଆଉଥିବା ମାଉସୀ ମାଆ ମନ୍ଦିର ର ବିକାଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଦଶମ ପଞ୍ଚୁକ ମହୋତ୍ସଵ ର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ପାଢ଼ୀ କହିଥିଲେ ଯେ ମାଉସୀ ମାଆଙ୍କ ପୀଠରେ ଆଗାମୀ ଷୋଳପୂଜା ରେ ଚଣ୍ଡୀପାଠ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ ଓ ମଧୁସୂଦନ ସିଂହାରୀ,ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ବରିଷ୍ଠ ସେବାୟତ ଭଗବାନ ସୁଆର, ଭାଗବତ ଭାଷ୍ୟକାର ଡକ୍ଟର ବଦ୍ରି ମିଶ୍ର, ସମାଜସେବୀ

ରାଜେଶ ମିଶ୍ର ଓ ଚକ୍ରଧର ମହାପାତ୍ର, ଗୋପାଳ ଖୁଣ୍ଟିଆ ଅତିଥି ଭାବେ ଯୋଗଦେଇ, ବିଶିଷ୍ଟ ଭାଗବତ ପ୍ରବଚିକା ନିର୍ମଳା ଫତେସିଂହ,ଶ୍ରୀନିକେତନ ର ମୁଖ୍ୟ ରୋଜାଲିନ ମହାନ୍ତି ଓ ମନିଷା କଳା ନିକେତନ ଅନୁଷ୍ଠାନ ସମେତ ଅନେକ ବିଦ୍ୱାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନ ର ସଭାପତି ଜଗନ୍ନାଥ ଦାସ ମହାପାତ୍ର, ସଂପାଦକ ରାମଚନ୍ଦ୍ର ଦୋରା ଓ ମହୋତ୍ସବ କମିଟି ସଂପାଦକ ମଧୁସୂଦନ ମିଶ୍ର, ଆଇନଜୀବୀ କୃଷ୍ଣ ଚନ୍ଦ୍ର ତ୍ରିପାଠି ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀନିକେତନ ଅନୁଷ୍ଠାନ ର ନୃତ୍ୟଶିଳ୍ପୀମାନେ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୂରାରୀ ଭଳି ଅନେକ ଚମତ୍କାର ନୃତ୍ୟ ପରିବେଷଣ, ମନିଷା କଳା ନିକେତନ ର ନୃତ୍ୟଶିଳ୍ପୀ ନୃତ୍ୟକରିଥିବା ସମୟରେ, ଶ୍ରୀଜଗନ୍ନାଥ ଓ କାର୍ତ୍ତିକ ମାସ ଉପରେ ନିର୍ମଳା ଫତେସିଂହ ବକ୍ତବ୍ୟ ରଖିଥିଲେ। ଶେଷରେ ଯମୁନା ଆଶ୍ରମ, ନିମାପଡ଼ା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସତ୍ୟନାରାୟଣ ଦାଶ , ଜ୍ୟୋତି ପ୍ରକାଶ ଜେନା, ବିଜୟକୃଷ୍ଣ ଦାସ, କାହ୍ନୁଚରଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ କରିଥିଲେ । ମଞ୍ଚ ସଞ୍ଚାଳନ କରିଥିଲେ ଗୁରୁ ଭରତ ନାୟକ ଓ ଡକ୍ଟର ବିଶ୍ଵନାଥ ମିଶ୍ର।
