ଚେଳିତୋଳ ବାଲିଯାତ୍ରା ରେ ଭାଗବତ ଟୁଙ୍ଗି ଅନୁଷ୍ଠିତ

ଚେଳିତୋଳ ବାଲିଯାତ୍ରା ରେ ଭାଗବତ ଟୁଙ୍ଗି ଅନୁଷ୍ଠିତ

ତିର୍ତ୍ତୋଲ ୮/୧୧- ତିର୍ତ୍ତୋଲ ଗୋପିଆକୁଦ ଠାରେ ଅନୁଷ୍ଠିତ ୨୪ ତମ ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଚଳିତ ୫ ତାରିଖ ଠାରୁ ଆରମ୍ଭ ହୋଇ ଏଗାର ତାରିଖ ୭ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ କମିଟିର ଅନୁମୋଦନ କ୍ରମେ ଅନୁଷ୍ଠାନର ସଭାପତି ବିଧାୟକ ପ୍ରଫେସର ଡ଼ଃ. ରମାକାନ୍ତ ଭୋଇଙ୍କ କରକମଳରେ ଭାଗବତ ଟୁଙ୍ଗି ଉଦଘାଟନ ହୋଇଯାଇଛି l ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁ ନନା ) ଙ୍କ ପୌରାହିତ୍ୟରେ ଦୀର୍ଘ ୭ ଦିନ ଧରି ଜଗନ୍ନାଥ ଦାସଙ୍କ କୃତ ନବାକ୍ଷରୀ ଛାନ୍ଦର ଓଡ଼ିଆ ଭାଗବତ ଦୈନିକ ପାଠ ହେଉଥିବାବେଳେ ଦୈନିକ ପ୍ରାତଃ ସମୟରୁ ପହୁଡ଼ ଖୋଳାଯାଇ ମଙ୍ଗଳ ଆଳତୀ, ତୁଳସୀ ଅର୍ପଣ ମହାସ୍ନାନ ପୂର୍ବକ ଦ୍ୱାଦଶ ଅକ୍ଷର ଯୁକ୍ତ ବାସୁଦେବ ମନ୍ତ୍ରରେ ପୂଜନ ଓ ହବନ ଅନୁଷ୍ଠିତ ହେଉଛି l ବାଲିଯାତ୍ରା ମହୋତ୍ସବକୁ ଦୈନିକ ସନ୍ଧ୍ୟାରେ ଆସୁଥିବା ନିମନ୍ତ୍ରିତ ବରେନ୍ୟ ଅତିଥି ବୃନ୍ଦ ମଞ୍ଚକୁ ଯିବାପୂର୍ବରୁ ଭାଗବତ ଟୁଙ୍ଗୀରେ ପହଂଚି ବାସୁଦେବ ଭଗବାନଙ୍କୁ ବିଶ୍ଵକଲ୍ୟାଣ ଉଦେଶ୍ୱରେ ଭକ୍ତି ସୁମନ ଓ ଆରତୀ ପୁଷ୍ପାଞ୍ଜଳି ଜ୍ଞାପନ କରି ଶ୍ରୀ ଜଗନ୍ନାଥ ମହାପ୍ରଭୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି l

Leave a Reply

Your email address will not be published. Required fields are marked *