ରବିବାର ସ୍ଥାନୀୟ ହରଚଣ୍ଡି ସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମର୍ତ୍ତୃ କର୍ମଶାଳା ଉତ୍ସବ

ପୁରୀ ଆଦ୍ୟ 9/11/25,ରିଖ ରବିବାର ସ୍ଥାନୀୟ ହରଚଣ୍ଡି ସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମର୍ତ୍ତୃ କର୍ମଶାଳା ଉତ୍ସବ ଅନୁଷ୍ଠିତ କରାଯାଇଛି,ଏହି ଉତ୍ସବ ରେ ପରିଚଳନା ସମିଟି ର ଉପ ସଭାପତି ଶ୍ରୀମତୀ ସ୍ଵର୍ଣଳତା ଦାଶ,ପ୍ରାଦୀପ ପ୍ରଜ୍ୱଳନ ଉତ୍ସବ କୁ ଆଗେଇ ନେଇଥିବା ବେଳେ, ବିଦ୍ୟାଳୟ ର ସହ ସମ୍ପାଦିକା ଶ୍ରୀ ମତୀ ମମତା ରାଣୀ ସାହୁ,ଶିକ୍ଷା ବିଭାଗ ସମିତିର, ପୁରୀ ଜିଲ୍ଲା ପ୍ରମୁଖ ଶ୍ରୀ ଯୁକ୍ତ ଦୀନବନ୍ଧୁ ତ୍ରିପାଠୀ,ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ,ଏବଂ ଶିଶୁ ବଟିକା ପ୍ରମୁଖ ଶ୍ରୀ ମତୀ ରୀନାରାଣୀ ରାଉତରାୟ,ପ୍ରମୁଖ ଯୋଗଦାନ କରିଥିଲେ,ବିଦ୍ୟାଳୟ ର ଶିଶୁ ବଟିକା ପ୍ରମୁଖ ଶ୍ରୀ ମତୀ ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ,ଶିଶୁ ମାନଙ୍କୁ ଗଢି ତୋଳିବାରେ ମା ମାନଙ୍କ ଭୂମିକା ଯେ କେତେ ଗୁରୁତ୍ୱ ପୂର୍ଣ୍ଣ ସେ ବାବଦ ରେ ଶ୍ରୀ ମତୀ ରାଉତରାୟ ସବିଶେଷ ବିବରଣୀ ପ୍ରଦାନ କରିଥିଲେ,ଶିଶୁ ମାନଙ୍କୁ କିପରି ଗଢିବେ ସେ ବିଷୟରେ ମା ମାନଙ୍କୁ ଶିକ୍ଷାଦାନ କରାଯାଇଥିଲା,ପରପରେ ମା ମାନଙ୍କ ମଧ୍ୟରେ ଝୋଟି ମୁରୁଜ ସଂଗୀତ ଦୌଡ଼ ଆଦି ପ୍ରତିଯୋଗିତା କରାଯାଇ କୃତି ମା ମାନଙ୍କୁ ଅଥିତି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା,ଶେଷରେ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ମତୀ କଳ୍ପଳତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *