ନିଶା ନିବାରଣ (ମୋନା) କାର୍ଯ୍ୟକ୍ରମ
ରଘୁନାଥପୁର -ତା ୯:୧୧:-ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଛକ ସ୍ଥିତ ମଦନ ମୋହନ ମଠ ଠାରେ ମିଳିତ ଓଡ଼ିଶା ନିଶା ନିବାରଣ (ମୋନା), ସଂଗଠନ ତରଫରୁ ଆଜି ତା ୯/୧୧/୨୦୨୫ ରିଖ ରବିବାର ସକାଳ ୯ଟାରେ ନିଶା ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ରଘୁନାଥପୁର ବ୍ଲକ ସ୍ତରୀୟ ଆଲୋଚନା ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ସମାଜସେବୀ ରମାକାନ୍ତ ସ୍ବାଇଁ ସଭାପତିତ୍ବ କରିଥିଲେ। ଉକ୍ତ ବୈଠକରେ ମୋନାର ରାଜ୍ଯ ସଂଗଠନରୁ ମଳୟ ତ୍ରିପାଠୀ, ରମାକାନ୍ତ ମଣ୍ଡଳ, ପ୍ରିୟନାଥ ଆଚାର୍ଯ୍ଯ, ଅରୁଣ ସ୍ବାଇଁ ଉପସ୍ଥିତ ହୋଇଥିଲେ। ଏତଦ୍ ବ୍ୟତୀତ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦେବିପ୍ରସାଦ ମହାରଣା, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ସମାଜସେବୀ ବିଜନ ମହାପାତ୍ର, ହେମନ୍ତ ସାହୁ ପ୍ରଭୃତି ଉପସ୍ଥିତ ରହି ସରକାରଙ୍କ ମଦ ବେପାରକୁ ନିନ୍ଦା କରିବା ସହିତ ଜଗତସିଂହପୁର ଜିଲ୍ଲାରୁ ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ୍ କରିବା ତଥା ଆଗାମୀ ନଭେମ୍ବର ୨୩ ତାରିଖରେ ସମାଜବାଦର ପୁରୋଧା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସାଂଗଠାନିକ ସଭା ଆୟୋଜନ ନିମନ୍ତେ ପ୍ରସ୍ତାବ ଗୃହୀତ କରାଇଥିଲେ।ର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଛକ ସ୍ଥିତ ମଦନ ମୋହନ ମଠ ଠାରେ ମିଳିତ ଓଡ଼ିଶା ନିଶା ନିବାରଣ (ମୋନା), ସଂଗଠନ ତରଫରୁ ଆଜି ତା ୯/୧୧/୨୦୨୫ ରିଖ ରବିବାର ସ FCକାଳ ୯ଟାରେ ନିଶା ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ରଘୁନାଥପୁର ବ୍ଲକ ସ୍ତରୀୟ ଆଲୋଚନା ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ସମାଜସେବୀ ରମାକାନ୍ତ ସ୍ବାଇଁ ସଭାପତିତ୍ବ କରିଥିଲେ। ଉକ୍ତ ବୈଠକରେ ମୋନାର ରାଜ୍ଯ ସଂଗଠନରୁ ମଳୟ ତ୍ରିପାଠୀ, ରମାକାନ୍ତ ମଣ୍ଡଳ, ପ୍ରିୟନାଥ ଆଚାର୍ଯ୍ଯ, ଅରୁଣ ସ୍ବାଇଁ ଉପସ୍ଥିତ ହୋଇଥିଲେ। ଏତଦ୍ ବ୍ୟତୀତ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦେବିପ୍ରସାଦ ମହାରଣା, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ସମାଜସେବୀ ବିଜନ ମହାପାତ୍ର, ହେମନ୍ତ ସାହୁ ପ୍ରଭୃତି ଉପସ୍ଥିତ ରହି ସରକାରଙ୍କ ମଦ ବେପାରକୁ ନିନ୍ଦା କରିବା ସହିତ ଜଗତସିଂହପୁର ଜିଲ୍ଲାରୁ ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ୍ କରିବା ତଥା ଆଗାମୀ ନଭେମ୍ବର ୨୩ ତାରିଖରେ ସମାଜବାଦର ପୁରୋଧା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସାଂଗଠାନିକ ସଭା ଆୟୋଜନ ନିମନ୍ତେ ପ୍ରସ୍ତାବ ଗୃହୀତ କରାଇଥିଲେ।
