ଧରାକୋଟ ବ୍ଳକ ରେ ଜିଲ୍ଲା ପାଳ ଓ SP ଙ୍କ ମିଳିତ ଜନ ଶୁଣାଣି.

ଧରାକୋଟ,10/1125 ଧରାକୋଟ ବ୍ଳକ ରେ ଆଜି ଗଂଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଓ ଗଂଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଆଜି ମିଳିତ ଭାବେ ଯୁଗ୍ମ ଜନ ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ,ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ଓ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକର ଅଠର ଗୋଟି ପଞ୍ଚାୟତ ରୁ ଆସିଥିବା 148 ଜଣ ଲୋକ ନିଜ ନିଜର ବିଭିନ୍ନ ଅଭିଯୋଗ ଅନ ଲାଇନ ରେ ପଞ୍ଜୀକରଣ କରି ଦାଖଲ କରିଥିଲେ । ଜିଲ୍ଲାପାଳ ଏହି ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ । ଏହି ଜନ ଶୁଣାଣିରେ ସବୁ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଶେଷ କରି ଭତ୍ତା, ଆବାସ, ରାସନ କାର୍ଡ, ପାଇବା ପାଣି ଓ ରାସ୍ତା ସମସ୍ୟା ନେଇ ଲୋକେ ଅଭିଯୋଗ କରିଥିବା ଦେଖିବା କୁ ମିଳିଥିଲା। ଆଜି ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ପରେ ଧରାକୋଟ ବ୍ଲକର ଢଉଗାଁ, ବାହାରପୁର,ଧରାକୋଟ ଓ ଅନ୍ୟାନ୍ୟ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ।

Leave a Reply

Your email address will not be published. Required fields are marked *