ଦଳେଇଗୁଡାରେ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ
ନବରଙ୍ଗପୁର ତା ୧୦.୧୧.୨୦୨୫:- ଆଜି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଳେଇଗୁଡା ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲାପାଳ ଡ଼ : ମହେଶ୍ୱର ସ୍ୱାଇଁ ଙ୍କର ଅଧ୍ୟକ୍ଷତାରେ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିବ୍ୟ ଓ ଭବ୍ୟ ନୃତ୍ୟ ଗୀତ ପରିବେଷଣ ସହିତ ସ୍ୱାଗତ ସମ୍ବର୍ଦ୍ଧନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନନ୍ଦାହାଣ୍ଡି ଶିଶୁ ବିକାଶ ଅଧିକାରୀ ସସ୍ମିତା ମହାନ୍ତି ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମହିଳା ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଞ୍ଚାସୀନ ଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ , ପି ଏ,ଆଇ ଟି ଡି ଏ ରାଜିବ କୁମାର ସାହୁ, ସି ଡି ଏମ ଓ ଡ଼ା. ସନ୍ତୋଷ ପଣ୍ଡା, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ଡି ଇ ଓ ଛତ୍ରପତି ସାହୁ, ଡି ଡ଼ବ୍ଲ୍ୟୁ ଓ ରବିନ୍ଦ୍ର ପାଲକା ନନ୍ଦାହାଣ୍ଡି ବି ଡି ଓ କ୍ଷିରୋଧ ଚନ୍ଦ୍ର ସାହୁ , ତହସିଲଦାର ଚନ୍ଦ୍ର ଦାସ ମହାନନ୍ଦିଆ ,ଡି ଏସ ଡବ୍ଲୁ ଓ ଦ୍ରୌପଦୀ କହଁର , ଡି ସି ପି ଓ ସୁରେଶ ଚନ୍ଦ୍ର ପଟ୍ଟନାୟକ ବି ଇ ଈ ଓଶ୍ରୀକାନ୍ତ ଜେନା ଶାନ୍ତିଲତା ଭୂମିଆ ,ସଙ୍ଗୀତା ଦାଶ ,ନିକିସା ନାୟକ

ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନ ବାଡ଼ି କେନ୍ଦ୍ରରୁ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ ।ଅଧିକାରୀମାନେ ବାଲ୍ୟ ବିବାହ ଯୋଗୁଁ ଆର୍ଥିକ, ଶାରୀରିକ ତଥା ସାମାଜିକ ଦୁର୍ଗତି ଓ ସମାଜ ରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସନ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଡ଼ ସ୍ୱାଇଁ ତାଙ୍କ ଉଦ୍ବୋଧନରେ ବାଲ୍ୟବିବାହ ହେଉଛି ସମାଜରେ ଏକ ଗୁରୁତର ଅପରାଧ ଏବଂ ଏହାକୁ ନିରୋଧ କରିବା ପାଇଁ ସମସ୍ତଙ୍କ ଏକତାବଦ୍ଧ ଉଦ୍ୟମ ଜାରି ରଖିବା ଆବଶ୍ୟକ। ଏଥିପାଇଁ ଆମକୁ ଆଜି ଓ ଏବେ ଠାରୁ ଶପଥ କରିବାକୁ ପଡିବ ଯେ ଆମ ଜ୍ଞାତରେ ଯେବେ କୌଣସି ପ୍ରକାର ଅବସ୍ଥାରେ ବାଲ୍ୟ ବିବାହକୁ ସମର୍ଥନ ନ ଜଣାଇ ଏହାକୁ ପ୍ରଶାସନ ସମ୍ମୁଖରେ ପ୍ରତିପାଦନ କରି ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିବା ।
