ଜଗତସିଂହପୁର ଠାରେ ଉତ୍କଳ କେଶରୀ ଡ଼.ହରେକୃଷ୍ଣ ମହତାବ ଙ୍କ ୧୨୫ତମ ଜନ୍ମ ବାର୍ଷିକ ପାଳନ
Date-10/11/25 *-ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ସର୍ବୋତ୍ତମ ସୋସିଆଲ ଅର୍ଗନାଇଜେସନ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସାସଂଦ, ମନ୍ତ୍ରୀ ତଥା ବିଶିଷ୍ଟ କବି ପ୍ରସନ୍ନ ପାଟସାଣି, ପାରାଦ୍ୱୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର, ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ସାମନ୍ତରାୟ, ମନୋଜ ଦାସ, ଉପଦେଷ୍ଟା ପ୍ରଦୀପ ଲେଙ୍କା , ସମ୍ପାଦିକା ସୁଶ୍ରୀ ଶ୍ରାବଣୀ ରାୟ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହତାବଙ୍କ ସ୍ମୃତି ଚାରଣ କରିବା ସହିତ ଓଡ଼ିଶା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।
