କାଶୀର ସନାତନୀ ସଂସ୍ଥା ପକ୍ଷରୁ”ମୋ ପରିବାର”ସମ୍ବର୍ଦ୍ଧିତ l

ଜଟଣୀ:୧୧:୧୧()ମା”ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେଵୀ ସଂସ୍କାର ସଂଗଠନ “ମୋ ପରିବାର” ସବୁବେଳେ ନିଆରା କାର୍ଯ୍ୟ କରି ଚାଲିଛି ସେଥି ପାଇଁ ସବୁବେଳେ ପ୍ରଶଂସିତ ହେବା ସହିତ ସମ୍ବର୍ଦ୍ଧିତ ହେଉଛି l ଭାରତବର୍ଷର ସମସ୍ତ ଯୁବ ପୀଢ଼ିମାନଙ୍କୁ ସନାତନ ସଂସ୍କୃତି,ରାଷ୍ଟ୍ର ଭକ୍ତି ଏବଂ ଏକତା ଆଗ୍ରହ ପ୍ରକାଶ କରିବା ପାଇଁ ଦୀର୍ଘ ୫ବର୍ଷ ହେବ ପ୍ରଚାର ପ୍ରସାର କରିବା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ସମାଜର ହିତରେ ଜନମାସରେ ଅନୁଷ୍ଠାନ ଗଡି ସାମାଜିକ କର୍ମରେ ଆନୁଷ୍ଠାନିକ ଭାବେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ସମ୍ମାନ-୨୦୨୫ ସମ୍ମାନିତ କରାଯାଇଥିବା ମଧ୍ୟରୁ”ମୋ ପରିବାର”କୁ ପ୍ରଥମେ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ସୋମବାର ପୁରୀ ପୌରସଦନ କକ୍ଷରେ ବ୍ରହ୍ମ ରାଷ୍ଟ୍ର ଏକମ୍ ବିଶ୍ଵ ମହାସଂଘ ନ୍ୟାସ କାଶୀର ସନାତନୀ ସଂସ୍ଥାର ଷଷ୍ଠ ବାର୍ଷିକ ରାଷ୍ଟ୍ରୀୟ ସନାତନ ଅଧିବେଶନ ଉଦଘାଟନୀ

ଉତ୍ସବରେ ସଂସ୍ଥାର ଅଧ୍ଯକ୍ଷ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡା.ସମ୍ବିତ ପାତ୍ର ଯୋଗ ଦେଇଥିବାବେଳେ କାଶୀର ବହୁ ସାଧୁ ସନ୍ଥମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ”ମୋ ପରିବାର”ର ପ୍ରତିଷ୍ଠାତା ତଥା ଜଟଣୀ ପ୍ରେସ କ୍ଲବର ସଂଗଠକ ସଂଯୋଜକ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନୀତି, ନୀୟମ ଏବଂ ସଂସ୍କାର ବିଷୟରେ ଶୁଣିବା ପରେ ଗୁରୁଜୀ ଶ୍ରୀ ଶ୍ରୀ ୧୦୦୮ ଡ.ସଚ୍ଚିନ୍ଦ୍ରନାଥ ଜୀ ମହାରାଜ ପ୍ରତିଷ୍ଠାତା ଶ୍ରୀ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଦସ୍ୟା ଭାରତୀ ସିଂ, କ୍ରୀଷ୍ଣା ମିଶ୍ର,ଜ୍ୟୋତ୍ସ୍ନା ମଙ୍ଗରାଜ, ସ୍ୱପ୍ନା ରାଣୀ ମଙ୍ଗରାଜ,ମମତା ଗୁରୁ ଏବଂ ସଦସ୍ୟ ଆଶିଷ ମିଶ୍ର ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *