ରଘୁନାଥପୁର ମେଡିକାଲ ରେ ସିଏସି ବିଲଡିଂ ପାଇଁ ଦାବୀ।
ରଘୁନାଥପୁର ତା ୧୧/୧୧-କଟକ ପାରାଦୀପ ରାଜ୍ୟରାଜପଥ କଡରେ ରଘୁନାଥପୁର ଠାରେ ଥିବା ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ର ଉପରେ ଜଗତସିଂହପୁର,କଟକ,କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଜନସାଧାରଣ ନିର୍ଭର କରୁଥିବାବେଳେ ରାଜପଥରେ ଦୂର୍ଘଟଣା ଜନିତ ପ୍ରାଥମିକ ଚିକିତ୍ସା ର ବେସଗୁରୁତ୍ବ ବହନକରିଥାଏ ଏହି ସ୍ବସ୍ଥ୍ୟକେନ୍ଦ୍ର।ରୋଗିମାନଙ୍କ ଭିଡକୁ ଲକ୍ଷକରି ସରକାର ଏଠାରେ ୯ ଜଣ ଡାକ୍ତର ଙ୍କୁ ନିୟୋଜିତ କରିଥିଲେ ବି ବର୍ଷବର୍ଷ ଧରି ଡାକ୍ତର ହାଜିରା ପକାଇ ବେତନ ନେଉଛନ୍ତି ହେଲେ ଚିକିତ୍ସା କରିବା ପାଇଁ ଏଠାରେ ରହୁନଥିବାରୁ ରୋଗିସେବା ବିର୍ଯ୍ୟସ୍ତଘଟୁଛି। ବିଶେଷ ସୁତ୍ରରୁ ଜଣାପଡିଛି ଯେ ଜଣେ ଅସ୍ଥାୟୀ ମହିଳା କର୍ମଚାରୀଙ୍କଇଙ୍ଗିତ ରେ ଏହି ମେଡିକାଲ ଚାଲୁଥିବାରୁ ଏହାର ଉନ୍ନତି କରଣ ଯେଉଁ ପରିମାଣରେ ହେବା କଥା ତାହ ହୋଇପାରୁନାହିଁ।ଯାହାକି ସର୍ବପୂରାତନ ମେଡିକାଲ ଟି ଏକପ୍ରକାର ଶ୍ରୀହିନ ହେବାରେ ଲାଗିଛି।ମେଡିକାଲ ସମସ୍ୟା କୁ ନେଇ ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ସରକାର ଓ ପ୍ରଶାସନ ର ନିଦଭାଙ୍ଗୁନାହିଁ।ଯାହାଫଳରେ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି।ଏହି ମେଡିକାଲ ରେ ପ୍ରବଳ ଭିଡକୁ ଲକ୍ଷକରି ଏଠାରେ ସିଏସି ବିଲଡିଂ ର ନିଆହାତି ଆବଶ୍ୟକ ରହିଛି ହେଲେ ମେଡିକାଲ କର୍ତ୍ତୁପକ୍ଷଙ୍କ ଆନ୍ତରିକ ତା ଅଭାଯୋଗୁ ଏହା ହୋଇପାରୁନାହିଁ।ଏହି ବ୍ଲକ ଅଧିନ ରେଢୁଆ ମେଡିକାଲ ଓ ଏହାର ନିକଟବର୍ତ୍ତୀ ବିରିଡି ବ୍ଲକ ମେଡିକାଲ ରେ ସିଏସି ବିଲଡିଂ ନିର୍ମାଣ ଚାଲିଥିବା ବେଳେ ରଘୁନାଥପୁର ମେଡିକାଲ ରେ ଏହି ବିଲଡିଂ ପାଇଁ ବାଧକ ସାଜିଛି କିଏ ବୋଲି ଜନସାଧାରଣ ପ୍ରଶ୍ନକରିଛନ୍ତି।ସରକାର ଏହି ମେଡିକାଲ ର ସମସ୍ୟା ଗୁଡିକ ପ୍ରତି ନଜରଦେଇ ଏହାର ସମାଧାନ କରି ବା ସହ ଏଠାରେ ଏକ ସିଏସି ବିଲଡିଂ ନିର୍ମାଣ କରିବା ପାଇଁ ଅଞ୍ଚଳ ପକ୍ଷରୁ ଦାବୀ କରାଯାଇଛି।
