୩୮ ତମ ଆନ୍ତଃରାଜ୍ୟ ସିନିୟର ପୁରୁଷ ଓ ମହିଳା ହ୍ୟାଣ୍ତବଲ୍ ଚମ୍ପିଆନସିପ୍ ପାଇଁ ଜଗତସିଂହପୁର ଦଳର ପୁରୀ ଯାତ୍ରା
ରାଜ୍ୟ ହ୍ୟାଣ୍ଡବଲ ସଂଘ ଓ ପୁରୀ ଜିଲ୍ଲା ହ୍ୟାଣ୍ତବଲ ସଂଘର ମିଳିତ ଆନୁକୁଲ୍ୟରେ ପୁରୀ ଠାରେ ୩୮ ତମ ରାଜ୍ୟ ସ୍ତରୀୟ ସିନିୟର ପୁରୁଷ ଓ ମହିଳା ହାଣ୍ଡବଲ ଚମ୍ପିଆନସିପ୍ ନଭେମ୍ବର ମାସ ୧୪ ତାରିଖରୁ ୧୬ ତାରିଖ ତିନି ଦିନ ଧରି ପୁରୀ ଇଣ୍ତୋର ଷ୍ଟାଡିୟମ ଠାରେ ତିନି ଦିନ ଧରି ଅନୁଷ୍ଠିତ ହେବ। ଏହି ଖେଳରେ ଯେଉଁ ଖେଳାଳୀ ମାନେ ଭଲ ଖେଳ ପ୍ରଦର୍ଶନ କରିବେ,ସେମାନେ ଆଗାମୀ ଦିନରେ ଓଡିଶା ଦଳରେ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ। ଏଥିପାଇଁ ଜଗତସିଂହପୁର ଜିଲ୍ଲାର ପୁରୁଷ ଓ ମହିଳା ଦଳ ଏହି ଖେଳରେ ଭାଗ ନେବାକୁ କୋଚ ପ୍ରିୟନାଥ ରାୟ ଓ ମ୍ୟାନେଜର ବିଜୟ କୁମାର ରାଉତ ଙ୍କ ତତ୍ବାବଧାନରେ ଦଳ ପୁରୀ ଯାତ୍ରା କରିଛନ୍ତି । ଜଗତସିଂହପୁର ଦଳର ଖେଳାଳୀ ମାନଙ୍କୁ ଜିଲ୍ଲା ହ୍ୟାଣ୍ତବଲ ସଂଘ ସଭାପତି ବିପ୍ଳବ ଚୌଧୁରୀ ଓ ସମ୍ପାଦକ ସାରଦା ପ୍ରସାଦ ଦାସ ଶୁଭେଚ୍ଛା ଜଣାଇଛନ୍ତି। ଏହି ଦଳ ସାଙ୍ଗରେ ଅଫିସିଆଲ୍ ଭାବରେ ରାହିଲ୍ ଖାଁ, ସ୍ନେହଲତା ବେହେରା ମଧ୍ୟ ପୁରୀ ଗସ୍ତ କରିଛନ୍ତ ।
