ଉଦଳା ହାଇସ୍କୁଲ ପଡିଆରେ ପଡିଛି କୁଢ଼ କୁଢ଼ ଔଷଧ

ଉଦଳା ତା ୧୩/୧୧ ମୟୁରଭଞ୍ଜ ଜିଲ୍ଲା ଉଦଳା ହାଇସ୍କୁଲ ପଡିଆରେ ପଡ଼ିରହିଛି କୁଢ଼ କୁଢ଼ ଜ୍ୱର, କାଶ, ଝାଡା ଓ ମହିଳା ରୋଗୀସେବା ଲାଗି ଜୀବନ ରକ୍ଷ୍ୟା କାରି ଔଷଧ । ସେଥି ମଧ୍ୟରୁ କେତକ ଅବଧି ଶେଷ ହୋଇ ଯାଇଥିବା ବେଳେ ଅନ୍ୟ କେତେକ ଅବଧି ଆହୁରି ଅନେକ ଦିନ ରହିଥିବା ଦୃଷ୍ଟି ଗୋଚରକୁ ଆସିଛି ଏତେ ପରିମାଣର ଔଷଧ କେଉଁଠି ଆସି ପଡିଆରେ ପଡିଲା ତାହା ସର୍ବ ସାଧାରଣଙ୍କ ମନରେ ସନ୍ଦେହ ହେବା ସ୍ୱାଭାବିକ । ଏ ବିଷୟ ନେଇ ସ୍ଥାନୀୟ ଉପ ଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରେ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ l ତେବେ ତାଙ୍କକହିବା ଅନୁସାରେ ଏହି ଔଷଧ ଉଦଳା ଡାକ୍ତରଖାନାର ନୁହେଁ । ମାତ୍ର କେଉଁଠି ଆସିଲା ଓ କେଉଁ ପରିସ୍ଥିତିରେ ପଡିଆ ମଝିରେ କୁଢ଼ କୁଢ଼ ଭାବେ ଗଦା ହେଲା ତାହା ଖୁବ ଶୀଘ୍ର ଅନୁସନ୍ଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l

Leave a Reply

Your email address will not be published. Required fields are marked *