ସାଇବର ସୁରକ୍ଷା ସଚେତନତା
Date-14/11/25*ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଆଜି ସକାଳ 7ଟା ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିବା ସହିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରେ ପହଁଚି ଥିଲା । ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ଙ୍କ ନେତୃତ୍ୱରେ କରାଯାଇ ଥିବା ବେଳେ SDPO, ଆଇଆଇସି, ପୋଲିସ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ, ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସଂଗଠନ ର୍ କର୍ମକର୍ତ୍ତା ମାନେ ଏହି ସଚେତନତା ରାଳିରେ ସାମିଲ ହୋଇଥିଲେ । ଆଜି ସଚେତନତାର ଅଭାବ ଏକ ଛୋଟ ଭୁଲକୁ ବଡ଼ ସମସ୍ୟାରେ ପରିଣତ କରିପାରେ। ସାଇବର ସଚେତନତାର ଆବଶ୍ୟକତା ରହିଛି । ଡିଜିଟାଲ ଯୁଗରେ ସାଇବର ଅପରାଧ ବ୍ୟାପକ ଭାବେ ବଢ଼ିଛି। ଅଜଣା ଲିଙ୍କ କ୍ଲିକ କରିବା, ଅଜଣା ନମ୍ବରରେ OTP ଦେଇଦେବା, ଲୋଭନୀୟ ମେସେଜରେ ବିଶ୍ୱାସ କରିଦେବା ଏହି ସବୁ ଅଜ୍ଞାନତାର ଉତ୍ପାଦ। ସଚେତନ ହେବା ମାନେ ସମ୍ଭାବ୍ୟ ଝୁମ୍କୁକୁ ଚିହ୍ନଟ କରି ସଠିକ ସମୟରେ ସଠିକ ପଦକ୍ଷେପ ନେବା ଉଚିତ । ସଚେତନ ମନୁଷ୍ୟ ସମାଜର ଭଲ ନାଗରିକ। ସେ ଜାଣେ କେବେ, କେଉଁଠି, କେମିତି ବ୍ୟବହାର କରିବା ଉଚିତ। ସମାଜର ମଙ୍ଗଳ, ପରିଷ୍କାରତା, ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦିରେ ସେ ନିଜ ଭୂମିକା ପାଳନ କରେ। ନିଜ ଜୀବନର ଛୋଟ-ଛୋଟ କାମରେ ସତର୍କ ରହିବା ଉଚିତ । ଅନ୍ୟମାନଙ୍କୁ ସଚେତନ କରିବା ସୋସିଆଲ ମିଡିଆର ଭ୍ରାମକ ସୂଚନାରେ ପଡ଼ିବାକୁ ଯିବା ନାହିଁ । ସାଇବର ସୁରକ୍ଷା ନୀତି ଅନୁସରଣ କରିବା ।ଜଗତସିଂହପୁର ଜିଲ୍ଲା ପୋଲିସ ଦ୍ୱାରା ଆୟୋଜିତ ସଚେତନତା ରାଲି ଭଳି କାର୍ଯ୍ୟକ୍ରମମାନେ ଲୋକମାନଙ୍କୁ ସାଇବର ଅପରାଧ ଓ ସତର୍କତା ବିଷୟରେ ଜାଗୃତ କରୁଛି। ଏହିପରି ପଦକ୍ଷେପ ସମାଜକୁ ଆଗକୁ ନେବା ସହିତ ସୁରକ୍ଷିତ ଭବିଷ୍ୟତ ଗଠନରେ ଅତ୍ୟନ୍ତ ଜରୁରୀ ବୋଲି ଜଗତସିଂହପୁର ଏସ୍ପି କହିଛନ୍ତି ।
