ଉଦଳା ରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉଦଳା ତା ୧୪/୧୧ ଉଦଳା ଥାନା ପକ୍ଷ ରୁ ସାଇବର ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉଦଳା ଥାନା ଆଇ, ଆଇ, ସି ଶ୍ରୀଯୁକ୍ତ ବନମାଳୀ ବାରିକ ଙ୍କ ପ୍ରତେକ୍ଷ୍ୟ ତ୍ବତ୍ୱାବଧାନା ରେ ଏହି ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ଉଦଳା ମହାବିଦ୍ୟାଳୟ , ଇନ୍ଦିରାଗାନ୍ଧୀ ମହାବିଦ୍ୟାଳୟ ଉଦଳା, ସାଇ ସାଧନା ମହାବିଦ୍ୟାଳୟ ଉଦଳା, ଲୁଇପା ମହାବିଦ୍ୟାଳୟ ରାଢୋ , କୁଣ୍ଡାବାଇ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ପ୍ରଥମେ ଛାତ୍ର ଛାତ୍ରୀ ମାନେ ଉଦଳା ଥାନା ପରିସରରୁ ବାହାରି ସଚେତନତା ରଥ ସହ ଉଦଳା ବଜାର ପରିକ୍ରମା କରି ଉଦଳା ମହାବିଦ୍ୟାଳୟ ପରିସର ରେ ପହଂଚି ଥିଲେ l ଆୟୋଜିତ ବୈଠକ ରେ ଉଦଳା ଉପ ଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଉଦଳା ନଗରପାଳ ପ୍ରମିଳା ପଣ୍ଡା . ଉଦଳା ପଂଚାୟତ ସମିତି ଅଧକ୍ଷ୍ୟ ମଞ୍ଜୁଲତା ବିଶ୍ୱାଳ. ଉଦଳା ର ପୂର୍ବତନ ଏମ. ଏଲ. ଏ ଶ୍ରୀନାଥ ସୋରେନ. ଅତିରିକ୍ତ ଏସ. ପି ସବିତା ମାଝୀ. ଦୀପକ ଗୋଛାୟତ. ବାରିପଦା ଡ଼ି ଏସ. ପି ଅଜୟ ବାରିକ ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ ହୃଷିକେଶ ନାୟକ.ବି ଇ ଓ ଉଦଳା ଦୀପକ ମିଶ୍ର ଯୋଗଦାନକରି ସଚେତନତା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ସାଇବର ସଚେତନତା ରଥ ର ସଂଯୋଜକ ସୁଶାନ୍ତ କୁମାର ବେହେରା ସାଇବର ସଚେତନାତପ୍ରସଙ୍ଗେ ରେ ଏକ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ଯାହା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମନରେ ରେଖାପାତ କରିଥିଲା l ଏହି ସଚେତନତା କାର୍ଯ୍ୟ କ୍ରମ କୁ ଅଧ୍ୟାପକ ସୌମେନ୍ଦ୍ର କୁମାର ଦାସ ପରିଚାଳନା କରୁଥିଲେ

Leave a Reply

Your email address will not be published. Required fields are marked *