ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ପଞ୍ଚମ ବାର୍ଷିକୋତ୍ସବ ।
ବ୍ରହ୍ମପୁର ,୧୪/୧୧ ; ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ପରିସରରେ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ପର୍ଯ୍ୟାୟରେ ପୁଟବଗଡ଼ ସ୍ଥିତ ମା’ ସନ୍ତୋଷୀ ଲୋକ ନାଟ୍ୟ କଳା ସଂସଦର ପ୍ରଯୋଜିତ ତଥା ଗୁରୁ ଯୁଦ୍ଧିଷ୍ଠିର ନାହାକ ନିର୍ଦ୍ଦେଶିତ ଲୋକ ନାଟକ “ରାଧା ପ୍ରେମ ଲୀଳା ପରିବେଷୀତ ହୋଇଥିଲା। ବରିଷ୍ଠ ଲୋକକଳାବିତ୍ ପଣ୍ଡିତ ବିଶ୍ୱନାଥ ଶତପଥୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ସମଗ୍ର କଳାକାର ସମାଜର ତ୍ରାଣକର୍ତ୍ତା ଭାବେ ପ୍ରକାଶ କରିଛନ୍ତି । ଏହା କରିବା ମୂଳରେ ରହିଛି କର୍ମକର୍ତ୍ତା ମାନଙ୍କ ନିଷ୍ଠା ଓ ଅଙ୍ଗିକାରବଦ୍ଧତା ବୋଲି ମତାମତ ସେ ଦେଇଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମାଗତ କଳାକାରମାନଙ୍କୁ ମଞ୍ଚରେ କଳାକାରମାନେ ସୁନ୍ଦର ଅଭିନୟ ମାଧ୍ୟମରେ ଆପ୍ୟାୟିତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ସାଂସ୍କୃତିକ ସଭା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ପଣ୍ଡିତ ଶତପଥୀ, ମୁଖ୍ୟବକ୍ତା ବିଶିଷ୍ଟ ଲୋକ ନାଟକ ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ଏବଂ ସମ୍ମାନିତ ଅତିଥି ଭାବେ କ୍ରିଏଟିଭ୍ ଆର୍ଟସ୍ ସମ୍ପାଦକ ମନୋଜ କୁମାର ପାଢ଼ୀ, ଦେଶିୟା ନାଟ ଗୁରୁ ବାଲାଜୀ ପ୍ରସାଦ ସାମନ୍ତରା ପ୍ରମୁଖ ଯୋଗଦେଇ ମହାସଂଘ କାର୍ଯ୍ୟାଧାରାର ଭୁୟସୀ ପ୍ରଶଂସା କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ କାର୍ଯ୍ୟକାରୀ ସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଗୁରୁଶ୍ରୀ ରଙ୍କନିଧି ବେହେରା, ସତ୍ୟନାରାୟଣ ବେହେରା, ଯୁଦ୍ଧିଷ୍ଠିର ନାହାକ, ବନଜ କୁମାର ସାହୁ, ବନଜ କୁମାର ସାହୁ, ସଦାକର କୁମ୍ଭାର, ବୃନ୍ଦାବନ ମେହେର, କ୍ଷମାନିଧି ଭୋଇ କଳାକାର ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ସନ୍ତୋଷୀ ପ୍ରଧାନ, ପୂଜା ପ୍ରଧାନ, ତୁଳସୀ ପ୍ରଧାନ, ନନ୍ଦିନୀ ବେହେରା, ପ୍ରିୟଙ୍କା ପ୍ରଧାନ, ଲିପୁ ପ୍ରଧାନ, ପ୍ରଭାକର ପ୍ରଧାନ, ଶୁଭଙ୍କର ପ୍ରଧାନ କଳାକାରମାନଙ୍କୁ ମଧ୍ୟ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁଙ୍କ ସହ ଦୀପକ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ବେଳେନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଉପ-ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
