ଜିଲ୍ଲା ସ୍ତରୀୟ ବ୍ୟବସାୟରେ ସୁଧାର ଆଣିବା ନିମନ୍ତେ କାର୍ଯ୍ୟକ୍ରମ ଉପରେ କର୍ମଶାଳା

ଛତ୍ରପୁର,୧୪/୧୧/ ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ବ୍ୟବସାୟରେ ସୁଧାର ଆଣିବା ନିମନ୍ତେ କାର୍ଯ୍ୟକ୍ରମ ଉପରେ ଏକ କର୍ମଶାଳା ଶୁକ୍ରବାର ଦିନ ଜିଲ୍ଲାପାଳ ୱି . କୀର୍ତ୍ତି ୱାସନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଓଡିଶାର କଟକ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ମାନେ ପୁଞ୍ଜି ନିବେଶ କରିବେ,ପ୍ରଥମେ ଗଞ୍ଜାମ ଜିଲ୍ଲାରେ ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଆଜି ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଶିଳ୍ପର ବିକାଶ ନିମନ୍ତେ ସମସ୍ତ ବିଭାଗର ସହଯୋଗ ଓ ସେବା ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ୱି . କୀର୍ତ୍ତି ୱାସନ ପରାମର୍ଶ ଦେଇଥିଲେ। ଶିଳ୍ପର ବିକାଶ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ ବୋଲି ଓଡିଶା ଶିଳ୍ପ ବିଭାଗର ନିର୍ଦ୍ଦେଶିକା ଅବୋଲି ନରାବନେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ସୁନୀଲ କୁମାର କେର୍କେଟା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଆଞ୍ଚଳିକ ଅଧିକାରୀ ,ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଇପିକଲ ର କର୍ମକର୍ତ୍ତା, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଡେପୁଟି ମ୍ୟାନେଜର ଇଡିକୋ ବ୍ରହ୍ମପୁର, ଡେପୁଟି କମିଶନର ବ୍ରହ୍ମପୁର ମ୍ୟୁନିସିପାଲିଟି ଓ ଅନ୍ଯାନ୍ଯ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *