ସାଇଲୋ ସରକାରୀ ଉଚ୍ଚବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ରାହାମା-୧୪/୧୧-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକର ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦିନ ଶିଶୁ ଦିବସ ପାଳିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ପୃଷ୍ଟି ସଭାରେ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଶିକ୍ଷକ ସଞ୍ଜୟ ମହାପାତ୍ର, ସହକାରୀ ଶିକ୍ଷକ ନିର୍ଲିପ୍ତ ବିଶ୍ବାଳ, ସୁଦୀପ୍ତ ମହାନ୍ତ, ପ୍ରଦୀପ୍ତ ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ, ସହକାରୀ ଶିକ୍ଷୟିତ୍ରୀ ଦୀପିକା ମୁଦୁଲି, ଲିପ୍ସା ସାହୁ,ଜୁନେଶ ଗମାଙ୍ଗ,ସରଳା ସେଠୀ, ନିରୁପମା ବାରିକ, ଗାୟତ୍ରୀ ବେହେରା, ନିରୂପମା ପ୍ରଧାନ, କିରାଣୀ ସ୍ମୃତି ରଞ୍ଜନ ଦାସ ଓ ପିଅନ ଧରମା ମହାପାତ୍ର ଯୋଗଦେଇ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ।

ଏହାପରେ ବିଦ୍ୟାଳୟର ଦୁଇ ଦିବଂଗତ ପ୍ରଧାନ ଶିକ୍ଷକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବକ୍ତୃତାରେ ଛାତ୍ରୀ ଚିନ୍ମୟୀ ସାମଲ-ପ୍ରଥମ, ଲକ୍ଷ୍ମୀପ୍ରିୟା ମହାନ୍ତି-ଦ୍ବୀତୀୟ , ପ୍ରିୟାସିଂ ସେଠୀ-ତୃତୀୟ ଏବଂ ସଂଗୀତରେ ଆୟେଶା ଘଢେଇ-ପ୍ରଥମ, ଅପରାଜିତା ସେଠୀ-ଦ୍ବିତୀୟ ଓ ଛାତ୍ର ଚିନ୍ତନ ଦାସ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଶିଶୁ ଦିବସ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।
