ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ

ପୁରୀ ୧୪/୧୧ ସ୍ଥାୟୀ ବିକାଶ ଲକ୍ଷ୍ୟ ବା ସସଟେନବଲ ଡେଭେଲ୍ପମେଣ୍ଟ ଗୋଲ ସମ୍ପର୍କରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆଜି ପୂର୍ବାହ୍ନ ରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୫୧ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଏହାକୁ ଉଦଘାଟନ କରିବା ସହ ନିରନ୍ତର ବିକାଶ ଲକ୍ଷ୍ୟ ରେ ଏହି ପ୍ରକଳ୍ପ ଗୁଡିକ ସହଯୋଗ କରିପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ।ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଓ ଦକ୍ଷତା ରହିଛି।

ଏହି ଭଳି ପ୍ରଦର୍ଶନୀ ତାହାର ପରିପ୍ରକାଶ ଦିଗରେ ସହାୟକ ହେବ ବୋଲି ସେ କହିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ୱିତୀକାନ୍ତ ପ୍ରଧାନ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।

Leave a Reply

Your email address will not be published. Required fields are marked *