ମିଠାଇ ବାଣ୍ଟି ବିଜେପିର ବିଜୟ ଉତ୍ସବ ପାଳିତ ।

ବ୍ରହ୍ମପୁର ୧୪/୧୧ ନିଆରା ଢଙ୍ଗରେ ବ୍ରହ୍ମପୁର ସହରରେ ବିଜେପିର ବିଜୟ ଉତ୍ସବ ପାଳନ କରାଯାଇଛି ।ଓଡିଶାର ନୂଆପଡାରେ ଉପ ନିର୍ବାଚନରେ ବିପୁଳ ବିଜୟ ନେଇ ପ୍ରାୟ ୨.୦୦ଘଣ୍ଟା ସମୟରେ କୋର୍ଟପଟା ଛକ ଠାରେ ବାଜବାଜଣା ସହ ମିଠା ବାଣ୍ଟି ପାଳନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ, ନିରଞ୍ଜନ ପାଣିଗ୍ରାହୀ , ଶରତ ପଟ୍ଟନାୟକ, ସିମାଞ୍ଚଳ ପଣ୍ଡା, ଭଗବାନ ଭୂୟାଁ, ଅଶୋକ ନିଁମେଇ, ରାଜକିଶୋର ପାତ୍ର, ମହେନ୍ଦ୍ର ପଟ୍ଟନାୟକ, କାଳିଆ ବିଶାଇ, ରାଜେଶ ମାଝୀ, ରୋହନ ନାୟକ, ଚନ୍ଦ୍ର ଶେଖର ପାତ୍ର, ମହେଶ୍ୱର ବର୍ତ୍ତିୟା, ଅଖିଳ ସାହୁ, ପ୍ରଶାନ୍ତ ପାତ୍ର, ଶିବ ଅଧିକାରୀ ଭୁବେନେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତରେ ଧୁମଧାମରେ ଉତ୍ସବ ପାଳନ ହୋଇଛି । ସେହିଭଳି ହିଞ୍ଜିଳିକାଟୁ ଠାରେ ମଧ୍ୟ ହିଞ୍ଜିଳି ବିଜେପି ସନ୍ଧ୍ୟା ସମୟରେ ବିଜେପି ବିଜୟ ଉତ୍ସବ ପାଳନ କରିଛନ୍ତି । ଭାରତୀୟ ଜନତା ପାର୍ଟି ଦଳର ନୂଆପଡା ଏବଂ ଏନ ଡି ଏ ର ବିହାରରେ ବିପୁଳ ବିଜୟ ହୋଇଥିବା ନେଇ ଆମ ଓଡ଼ିଆ ପୁଅ ସଞ୍ଚଳରେ ଏହି ବିଜୟ ହୋଇଥିବାରୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନକରି ଜିଲ୍ଲା ଉପସଭାପତି ରାମ କୁମାର ପାତ୍ରଙ୍କ ସୁଚନା ରହିଛି ।

Leave a Reply

Your email address will not be published. Required fields are marked *