ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ
ପୁରୀ ୧୪/୧୧ ନିରନ୍ତର ବିକାଶ ପାଇଁ ସରକାର ଙ୍କ ପକ୍ଷରୁ ୧୭ଟି ଲକ୍ଷ୍ୟ ବା ଗୋଲ ଧାର୍ଯ୍ୟ କରାଯାଇଛି।ଏହାକୁ ସଫଳ କରିବା ଓ ସମସ୍ତଙ୍କୁ ଏହି ଲକ୍ଷ୍ୟ ରେ ସାମିଲ କରିବା ଆବଶ୍ୟକ।ଛାତ୍ରଛାତ୍ରୀ ଙ୍କ ମାଧ୍ୟମରେ ଏହି ଲକ୍ଷ୍ୟ କୁ ପରିପ୍ରକାଶ କରିବା ପ୍ରୟାସ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ଅପରାହ୍ନ ରୃ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜିଲ୍ଲା ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ୫୧ ଟି ପ୍ରକଳ୍ପ ପ୍ରଦର୍ଶିତ ହେବା ସହ ଶ୍ରେଷ୍ଠ ପ୍ରତିଯୋଗୀ ଏବଂ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆଗାମୀ କାଲି ର ଭାରତ ବର୍ଷ କୁ ବିକଶିତ କରିବା ଲକ୍ଷ୍ୟ ରେ ଧାର୍ଯ୍ୟ କରାଯାଇଥିବା ଏହି ଲକ୍ଷ୍ୟକୁ ପୂରଣ ଦିଗରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଆଜି ପ୍ରଦର୍ଶିତ ବିବିଧ ପ୍ରକଳ୍ପ ଗୁଡିକ ଅତି ଉଚ୍ଚ ମାନର ।ଛାତ୍ର ଛାତ୍ରୀ ଙ୍କ ନିରନ୍ତର ପ୍ରୟାସ ଲକ୍ଷ୍ୟ ହାସଲ କୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ବେହେରା ଆଶାବ୍ୟକ୍ତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିକ୍ଷା ଓ

ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ବୀତିକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଓ ବିକଶିତ ଭାରତ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ।ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟ ର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ।ପ୍ରକଳ୍ପ ପ୍ରଦର୍ଶନୀ ରେ ମଦର୍ସ ପବ୍ଲିକ ସ୍କୁଲ ଗୋରୁଆଳର ସାଦ୍ୟାନ୍ତ ଶତପଥୀ ଙ୍କ ପ୍ରକଳ୍ପ ପ୍ରଥମ,ପୁରୀ ଜିଲ୍ଲା ସ୍କୁଲର ନିଖିଳ କୁମାର ସିଂ ଦ୍ୱିତୀୟ ଓ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ରିତୀକା ମହାରଣା ଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ହାସଲ କରିଥିଲେ।ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ପୁରୀ ଡିଏଭି ପବ୍ଲିକ ସ୍କୁଲର ଅନୁରାଗ ଆଚାର୍ଯ୍ୟ ପ୍ରଥମ, ପୁରୀ ଜିଲ୍ଲା ସ୍କୁଲର ସମ୍ବିତ କୁମାର ଦାସ ଦ୍ୱିତୀୟ ଓ ସୁଖଲତା ମେମୋରିଆଲ ଉଚ ବିଦ୍ୟାଳୟର ମେଘନା ଦେବନାଥ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ।ଇଂରାଜୀ ପ୍ରବନ୍ଧ ରେ ବାଲୁଖଣ୍ଡ ଓଡିଶା ଆଦର୍ଶ ବିଦ୍ୟାଳୟ ର ଜିତେଶ ରୋଶନ ଜେନା ପ୍ରଥମ, ପୁରୀ ଡିଏଭି ପବ୍ଲିକ ସ୍କୁଲର ପ୍ରୟାଗ ଚନ୍ଦ୍ର ମିଶ୍ର ଦ୍ୱିତୀୟ ଓ ବାଲୁଖଣ୍ଡ ଓଡିଶା ଆଦର୍ଶ ବିଦ୍ୟାଳୟର ନିଲେଶ ସ୍ବାଇଁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା ଓ ସମୀକ୍ଷା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ମହେଶ ପ୍ରସାଦ ମିଶ୍ର, ରାମଚନ୍ଦ୍ର ଟୁଡୁ, ଅର୍ଥ ବିଶେଷଜ୍ଞ ବିଶ୍ବ ରଞ୍ଜନ ଜେନା, କ୍ଷୁଦ୍ର ଯୋଜନା ଏବଂ ଜୀବିକା ବିଶେଷଜ୍ଞ ସନ୍ଧ୍ୟା ରାଣୀ ଦାଶ ଓ ଅର୍ଥନୀତିଜ୍ଞ ସୋନାଲିଜା ମହାନ୍ତି ପ୍ରମୁଖ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ।
