ଜିଲ୍ଲା ଆଇନ୍ ପ୍ରାଧିକରଣ ପକ୍ଷରୁ ଗେଲଟୁଆ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ
ଭଦ୍ରକ ତା ୧୪.୧୧.୨୦୨୫ରିଖ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଗେଲଟୁଆ ଉଚ୍ଚ ବିଦ୍ୟାଳୟରେ ଶିଶିଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଯେଉଁ ପିଲାମାନେ ଅଧାରୁ ପାଠ ଛାଡିଥିବେ କିମ୍ବା ପାଠ ପଢ଼ୁନାହାନ୍ତି ସେମାନଙ୍କୁ କିପରି ବିଦ୍ୟାଳୟ ଅଭିମୁଖୀ କରାଇବେ ସେ ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ଶ୍ରୀ ପୁଣ୍ୟଶ୍ଳୋକ ରଥ ଏହି କାର୍ଯ୍ୟକ୍ରମକୁ

ଅଧ୍ୟକ୍ଷତା କରିବା ସହ ପରିଚାଳନା ମଧ୍ୟ କରିଥିଲେ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରମତୀ ତୃପ୍ତିମୟୀ ପାତ୍ର, ଡଃ ତାପସ କୁମାର ମହାନ୍ତି, ସହାୟକ ପ୍ରତିପକ୍ଷ ଓକିଲ, ନ୍ୟାୟରକ୍ଷକ, ଶ୍ରୀମତୀ ଗୁରୁଲତା ମହାପାତ୍ର, ପ୍ରଧାନ ଶିକ୍ଷୟତ୍ରୀ, ଶ୍ରୀ କାଶିନାଥ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଅନ୍ୟ ଶିକ୍ଷକ ଗଣ ଏବଂ ଛାତ୍ରୀଛାତ୍ର ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ଏହି ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ପିଲାମାନଙ୍କୁ ଅଭିନୀତ ବିଭିନ୍ନ କାର୍ଯ୍ୟକ୍ରମ ବେଶ ଚିତ୍ତାକର୍ଷକ ତଥା ଶିକ୍ଷଣୀୟ ଥିଲା। ପିଲାମାନେ ପାଠ ଅଧାରୁ ନଛାଡି ଶିକ୍ଷା ପ୍ରତି କିପରି ଆଗ୍ରହ କରିବେ ସେ ସଂପର୍କିତ ସୁନ୍ଦର ଅଭିନୀତ କାର୍ଯ୍ୟକ୍ରମ ଜରିଆରେ ବେଶ୍ ଆଦୃତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାପ୍ରତି ଆଗ୍ରହ ରଖିବା, ନୈତିକ ବ୍ୟବହାର ପରିମାର୍ଜିତ ତଥା ତ୍ୱଚ୍ଛ ରଖିବା ଏବଂ ସର୍ବୋପରି ଚରିତ୍ର ଗଠନ ଦିଗରେ ବିଭିନ୍ନ ପ୍ରଣାଳୀରେ ଆଲୋଚନା କରାଯାଇଥିଲା।
