ରାୟଗଡ ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ରାୟଗଡ ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ରାୟଗଡ଼ା୧୪/୧୧-ରାୟଗଡ଼ା ପଶୁ ସମ୍ପଦ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଅଛି।
ଏଥିରେ ରାୟଗଡ ବିଧାୟକ କାଡ୍ରାକା ଆପାଲାସ୍ବାମୀ ମୁଖ୍ଯ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବରେଣ୍ଯ ଅତିଥିରୂପେ ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗଉଡ, ଜିଲ୍ଲା ମୁଖ୍ଯ ପଶୁଧନ ଅଧିକାରୀ ମୃଣ୍ମୟ କୁମାର ପଣ୍ଡା, ପଶୁଧନ ଉପ ନିର୍ଦ୍ଦେଶକ ବିରଞ୍ଚିନାରାୟଣ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବିଡିଓ ସୁଜିତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ମେଳାରେ ବିଭିନ୍ନ ବର୍ଗର ହିତାଧିକାରୀ ଯୋଗ ଦେଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜଳବିଭାଜିକା, ଜୀବିକା ମିଶନ ମିଶନ ଶକ୍ତି ଆଦି ବିଭାଗର ଷ୍ଟଲ୍ ମାନ ନିର୍ମାଣ କରି ପ୍ରଦର୍ଶନୀ କରାଯାଇଥିଲା। ଏହି ଅବସରରେ ବ୍ଲକର ସଫଳ ଚାଷିଙ୍କୁ ପୁରସ୍କୃତ କରାଯାଉଇଥିଲା । ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
