ସୁଭଦ୍ରା ଶକ୍ତି ମେଳା ଆକର୍ଷିତ କରୁଛି ପର୍ଯ୍ଯଟକଙ୍କୁ

ପୁରୀ ୨/୧୨ କୋଣାର୍କ ଚନ୍ଦ୍ରଭାଗା ଠାରେ ଗତକାଲି ଅର୍ଥାତ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା।ଏହି ମେଳା ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୁରୀ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କ ଉପସ୍ଥିତି ରେ ମେଳାର ଉଦଘାଟନ ହୋଇଥିଲା।ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ୧୫୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ ସହ ୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଲଗାଯାଇଛି।

ଏଥିରେ ବିଭିନ୍ନ ଗୃହ ବ୍ୟବହାର ଉପଯୋଗୀ ସାମଗ୍ରୀ ସହ ଘର ସଜା ସାମଗ୍ରୀ ଫୁଡ ଷ୍ଟଲର ବ୍ୟବସ୍ଥା କରାଯାଇଛି।ଦର୍ଶକ, ପର୍ଯ୍ୟଟକ ମାନେ ମନ ପସନ୍ଦର ସାମଗ୍ରୀ କ୍ରୟ ସହ ଖାଦ୍ୟ ମେଳାର ଆନନ୍ଦ ନେଉଛନ୍ତି।ସମସ୍ତ ଷ୍ଟଲରେ ମନ ଲାଖି ଆକର୍ଷଣୀୟ ସାମଗ୍ରୀ ରହିଛି ବୋଲି କହିଛନ୍ତି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ।କେନ୍ଦୁଝର ରୁ ଆସିଥିବା ପ୍ରଗତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସୁନ୍ଦରଗଡ ର ଦିବ୍ୟ ଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପୁରୀ ର ବିଶ୍ବକର୍ମା ହ୍ୟାଣ୍ଡିକ୍ରାଫ୍ଟ,କନ୍ଧମାଳ ର ମା ହସ୍ତଶିଳ୍ପ ପ୍ରଡ୍ୟୁସର ଗୃପ ମାର୍କେଟିଂ ସଦସ୍ୟ ମାନେ ସେମାନଙ୍କ ଷ୍ଟଲ ପାଇଁ ବହୁତ ଖୁସି ବୋଲି କହିଛନ୍ତି।ପୁରୀ ହେଲା ମହାପ୍ରଭୁଙ୍କ ଧାମ।କୋଣାର୍କ ମଧ୍ୟ ବିଖ୍ୟାତ ସୂର୍ଯ୍ୟ ମନ୍ଦିର ପାଇଁ।ଦୈନିକ ଏଠାକୁ ହଜାର ହଜାର ପର୍ଯ୍ଯଟକ ଆସୁଛନ୍ତି।ପ୍ରଥମ ଥର ଯଦିଓ ଏଠାରେ ଆମେ ଷ୍ଟଲ ଲଗାଇଛୁ ଆମର ବିଶ୍ୱାସ ଏହା ଭଲ ବ୍ୟବସାୟ ଦେବ।

ଗତକାଲି ଉଦଘାଟନ ରେ ବେଶ ଭଲ ଜନ ଗହଳି ଥିଲା ବୋଲି ସେମାନେ କହିବା ସହ ଆଗକୁ ଆହୁରି ଭଲ ଆଶା ରଖିଛୁ ବୋଲି କହିଛନ୍ତି।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ନିଜେ ସମସ୍ତ କାର୍ଯ୍ୟ ର ତଦାରଖ କରିବା ସହ ଷ୍ଟଲ ନେଇ ଆସିଥିବା କୌଣସି ମା ମାନଙ୍କର ଯେଭଳି ସମସ୍ୟା ନ ରୁହେ ସେଥି ପ୍ରତି ଯତ୍ନବାନ ହେବାକୁ ଦାୟିତ୍ବ ରେ ଥିବା ଅଧିକାରୀ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ବ୍ୟବସ୍ଥା କୁ ସୁନ୍ଦର ଭାବେ ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି।ଏହି ମେଳା ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଗହଳି ମଧ୍ୟ ରହୁଛି।ଆଶାନୁରୂପ ବ୍ୟବସାୟ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।ଆଜି ସଂଧ୍ୟାରେ ଫୁଡ ଷ୍ଟଲ ମାନଙ୍କ ରେ ବେଶ ଗହଳି ଲାଗିଥିବା ର ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *