ଠାକୁରଗଡ଼ ଲକ୍ଷ୍ମୀପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ*

ଠାକୁରଗଡ଼ ଲକ୍ଷ୍ମୀପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ l ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଲକ୍ଷ୍ମୀପୂଜା କମିଟି ର କର୍ମକର୍ତ୍ତା ଚୟନ ପ୍ରକିୟା ଅନୁଷ୍ଟିତ ହୋଇଯାଇଛି। ବଜାର କମିଟି ର ସମସ୍ତ ସଦସ୍ୟ ଙ୍କୁ ନେଇ ଲକ୍ଷ୍ମୀ ମଣ୍ଡପ ଠାରେ ଆଗାମୀ ୨୦୨୫/୨୬ ବର୍ଷ ପାଇଁ ଲକ୍ଷ୍ମୀପୂଜା କମିଟି ନୂତନ ଭାବେ ସଭପତି ସନ୍ତୋଷ କୁମାର ସାହୁ, ସଧାରଣ ସମ୍ପାଦକ ଶତ୍ରୁଘ୍ନ ସାହୁ, ଉପ ସଭାପତି ଶ୍ରୀ ରାମ କୁମାର ଖୁଣ୍ଟିଆ ସହ ସଂପାଦକ ଶ୍ରୀ ବିଭୁ ପ୍ରସାଦ ସେନାପତି ଓ କୋଷାଧ୍ୟକ୍ଷ ଭାବେ ମନୋଜ ସାହୁ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଅଛନ୍ତି । ଆଗାମୀ ବର୍ଷ ପାଇଁ ଲକ୍ଷ୍ମୀପୂଜା କୁ କିପରି ଶାନ୍ତି ଶୃଙ୍ଖଳା ସହ ସମ୍ପାଦନ କରିବା ପାଇଁ ଆଲୋକପାତ କରାଯାଇଥିଲା।

ଉକ୍ତ ବୈଠକ ରେ ବିଦାୟୀ ସଭାପତି ଭଗବାନ ସାହୁ ସମ୍ପାଦକ ଦିନଦୟ ସାହୁ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ଓ ନୂତନ କର୍ମକର୍ତ୍ତା ଙ୍କୁ ସ୍ଵାଗତ କରାଯାଇଥିଲା । ଗଣେଶ୍ୱର ବାରିକ,ହେମନ୍ତ କୁମାର ଖୁଣ୍ଟିଆ, ବିଜୟ କୁମାର ସାହୁ, ସଞ୍ଜୟ କୁମାର ପ୍ରଧାନ ସନ୍ତୋଷ କୁମାର ବିଶ୍ବାଳ, ବିଶେଶ୍ୱର ରାଉତ, ଦିଲ୍ଲୀପ ସେନାପତି, ପବନ କୁମାର ସାହୁ ସୁମନ୍ତ ମହାପାତ୍ର, ଅଜିତ ପୃଷ୍ଟି, ସୁଜିତ୍ କୁମାର ଦେହୁରୀ ସହ କମିଟ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *