ଚତୁର୍ଦ୍ଦଶତମ ଭଦ୍ରକ ଜିଲ୍ଲା ମହୋତ୍ସବ – ୨୦୨୫ ଉଦଘାଟିତ l

ଚତୁର୍ଦ୍ଦଶତମ ଭଦ୍ରକ ଜିଲ୍ଲା ମହୋତ୍ସବ – ୨୦୨୫ ଉଦଘାଟିତ lଯୁବ ପିଢ଼ି ମା, ମାଟି ଓ ମାତୃଭାଷାକୁ ଭଲ ପାଇବା ଶିଖନ୍ତୁ : ଜିଲ୍ଲାପାଳ ଭଦ୍ରକ : ଭଦ୍ରକର ସର୍ବ ପ୍ରଥମ ପଂଜିକୃତ ” ଭଦ୍ରକ ଜିଲ୍ଲା ମହୋତ୍ସବ” ପୂର୍ବ ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ତା ୦୨/୧୨/୨୦୨୫ ରିଖ ମଙ୍ଗଳବାର ଠାରୁ ତା ୧୨/୧୨/୨୦୨୫ ରିଖ ଶୁକ୍ରବାର ପର୍ଯ୍ୟନ୍ତ ଭଦ୍ରକର ଐତିହାସିକ ଗାନ୍ଧି ପଡ଼ିଆ, ନୂଆ ବଜାର ଠାରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ସମାରୋହକୁ ଉଦଘାଟନ କରିଛନ୍ତି ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାଏ l କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମଞ୍ଚର ଆଲୋଚନାର ବିଷୟ ଥିଲା ‘ ଆମେ ଓ ଆମ ଭାଷା ‘ ଏଥିରେ ସାରଗର୍ଭକ ବକ୍ତବ୍ୟ ଦେଇ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏ କହିଛନ୍ତି ମା, ମାଟି ଓ ମାତୃଭାଷାକୁ ଯିଏ ଭଲ ପାଇବେ ସେ ନିଶ୍ଚିତ ଜଣେ ଭଲ ମଣିଷ ହୋଇପାରିବ l ଏହାକୁ ସମସ୍ତ ଓଡ଼ିଶାବାସୀ ଗୁରୁତ୍ୱ ଦେବା ଆବଶ୍ୟକ l କମିଟିର ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଭଦ୍ରକର ଯୁବନେତା ତଥା କଂଗ୍ରେସ ବିଧାନସଭା ନେତା ଅସିତ ପଟ୍ଟନାୟକ ଯୋଗଦେଇ ଭଦ୍ରକର କଳା, ସଂସ୍କୃତି ଓ ବିକାଶ ଉପରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ l


ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ଉପ ସଭାପତି ତଥା ଲେଖିକା ଗୀତାରାଣୀ ଆଇଚ, ଦୁର୍ଗା ଶଙ୍କର ବିଶ୍ୱାଳ, ଆବାହକ ଶଶି ଭୂଷଣ ସ୍ବାମୀ, ସମ୍ପାଦକ ସତ୍ୟଭୂଷଣ ସ୍ଵାମୀ ସମାଜସେବୀ ରାଧାଶ୍ୟାମ ସାମଲ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଂଯୋଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁନିଲ ଦତ୍ତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା କରିଥିଲେ l ସର୍ବ ଶେଷରେ ମହୋତ୍ସବର ଉପ ସଭାପତି ପ୍ରମୋଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତ୍ତିକ ସାଂସ୍କୃତିକ ବିଚିତ୍ରା ହେବା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଲୋକ କଳା, ଲୋକ ନୃତ୍ୟ ଅନୁଷ୍ଠିତ ହେବ ଏବଂ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ , ମଞ୍ଚ କଳାକାର, ହାସ୍ୟ ଅଭିନେତା, ଅଭିନେତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞ ଉପସ୍ଥିତ ରହି ସେମାନଙ୍କର କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମହୋତ୍ସବର ସମ୍ପାଦକ ଏସ ସତ୍ୟ ଭୂଷଣ ସ୍ବାମୀ କହିଛନ୍ତି।

Leave a Reply

Your email address will not be published. Required fields are marked *