ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
୩/୧୨/୨୫, ଦଶପଲ୍ଲା।ପ୍ରକଳ୍ପ ଅଧିକାର, ଦଶପଲ୍ଲାଙ୍କ ଆୟୋଜନ କ୍ରମେ ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ନେଳିଗୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରିଗଣ୍ଡାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ଅଧିକାର ଶାଖା ପରିଚାଳକ ପ୍ରଭାତ କୁମାର ସାହୁ ଏ ଦିବସର ବୈଶିଷ୍ଟ୍ୟ ଓ ଏହାର ଆବଶ୍ୟକତା ଉପରେ ଆଲୋଚନା କରି କହିଥିଲେ ଯେ, ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ଠାରୁ ମାନବ ସମାଜ ଉର୍ଦ୍ଧ୍ବରେ। ଧନୀ ହେଉ ଅବା ଗରିବ କିମ୍ୱା ଭିନ୍ନକ୍ଷମ ସମାଜରେ ସବୁ ମଣିଷଙ୍କ ସମାନ ଅଧିକାର ଅଛି। ସମ୍ମାନ ଓ ମର୍ଯ୍ୟାଦାର ସହିତ ସମସ୍ତ ମାନବ ସମାଜ ବଞ୍ଚିବା ଉଚିତ୍। ଶିକ୍ଷ୍ୟା, ସ୍ବାସ୍ଥ୍ୟ, ବାସଗୃହ, ଖାଦ୍ୟ ଇତ୍ୟାଦି ପ୍ରତି କ୍ଷେତ୍ରରେ ଭିନ୍ନକ୍ଷମ ମାନଙ୍କ ମଙ୍ଗଳ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ଅଛି କିନ୍ତୁ ତାର ସୁଫଳ ସେମାନେ ପାଇବା ଆବଶ୍ୟକ ଓ ଏଥିଆଇଁ ସବୁ ଲୋକ ସହଯୋଗ କରିବା ଉଚିତ୍ ବୋଲି କହିଥିଲେ।ଭିନ୍ନକ୍ଷମ ମାନଙ୍କ ସାମାଜିକ ନ୍ୟାୟ ଓ ଅଧିକାର ପାଇଁ ପ୍ରକଳ୍ପ ଅଧିକାର ତରଫରୁ କରାଯାଇଥିବା ଏ ଉଦ୍ୟମ ଯଥାର୍ଥ ଏବଂ ଏ ସମ୍ବେଦନଶୀଳ ପ୍ରସଙ୍ଗରେ ଛାତ୍ର ଛାତ୍ରୀ ଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଳିକ କହିଥିଲେ। ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିବା ପାଇଁ ଆୟୋଜିତ ଏ ସଚେତନତା ଶିବିର ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଶିକ୍ଷୟତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ଦେବୀ ଓ ଶ୍ରୀମତୀ କବିତା ନାୟକ ମହୋଦୟା ନିଜ ବକ୍ତବ୍ୟରେ କହିଥିଲେ।ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଏ ଶିବିରକୁ ସଂଯୋଜନା କରିଥିବା ବେଳେ ଅଧିକାର ମିତ୍ର ଅଭିମନ୍ୟୁ ସାହୁ ପ୍ରକଳ୍ପ ଅଧିକାରର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟଧାରା ବିଷୟରେ ସୂଚନା ପ୍ରଦାନ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।
