ଧର୍ମପରାୟଣା ଶ୍ରୀମତୀ ନିରୁପମା ଆଚର୍ଯ୍ୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ଧର୍ମପରାୟଣା ଶ୍ରୀମତୀ ନିରୁପମା ଆଚର୍ଯ୍ୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ନିମାପଡ଼ା ( ) ନିମାପଡ଼ା ସାଇଁଶ ଶାସନ ପଂଚାୟତର ଧର୍ମପରୟଣା, ପରୋପକାରୀ, ମିଷ୍ଟଭାଷୀ ସ୍ବର୍ଗତା ନିରୁପମା ଆଚର୍ଯ୍ୟାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଵାସ ଭବନରେ ଅନୁଷ୍ଠିତ ହୋଇଯାଇଛି। 28/10/1960 ରେ ତାଙ୍କର ଆର୍ବିଭାବ ହୋଇଥିବା ବେଳେ 13/12/2024 ରେ ତାଙ୍କର ତିରୋଧାନ ଘଟିଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତା ନିରୁପମା ଆଚର୍ଯ୍ୟଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ସ୍ମୁତି ଚାରଣ କରିଥିଲେ। ବିଗତ ଦିନରେ ନିରୁପମାଙ୍କ ପରୋପକାର ମନୋଭାବ ପାଇଁ ସମସ୍ତଙ୍କର ପ୍ରିୟଭାଜନ ଥିଲେ। ତାଙ୍କର ମିଷ୍ଟଭାଷୀ କଥା ସମସ୍ତଙ୍କର ମନ ଜିଣିଥିବା ବେଳେ ତାଙ୍କର ମୃତୁ ସମସ୍ତଙ୍କୁ ବ୍ୟଥିତ କରିଥିଲା। ତାଙ୍କର ଅମାୟିକ ବ୍ୟବହାର ପାଇଁ ପରିବାର ବର୍ଗ ସହ ଅଂଚଳବାସିନ୍ଦା ମନରେ ସବୁଦିନେ ରହିବେ। ସ୍ୱର୍ଗତା ନିରୁପମା ଆଚର୍ଯ୍ୟାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ପରିବାର ଆତ୍ମୀୟ ସ୍ୱଜନ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *