ଗୀତା ଜ୍ଞାନ ଯଜ୍ଞ ଉଦଯାପିତ l
ସୁନ୍ଦରଦାସ ମଠ,ପୁରୀ ଠାରେ କ୍ଷେତ୍ରlଧିପତି ଆଧ୍ୟାତ୍ମିକ ଜ୍ୟୋତିବାସ୍ତୁ ପ୍ରତିଷ୍ଠାନ ଓ ଅଲ ଓଡିଶା ବ୍ରାହ୍ମଣ ମହାସଭା ମିଳିତ ଆନୁକୂଲ୍ୟରେ ତିନିଦିନ ଧରି ଗୀତା ଜୟନ୍ତୀ ଉପଲକ୍ଷେ ଗୀତା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଅଛି l କ୍ଷେତ୍ରlଧିପତି ଆଧ୍ୟାତ୍ମିକ ପ୍ରତିଷ୍ଠାନ ର ସଭlପତି ଡ଼. ବଳରାମ ଦାଶ ଏଥିରେ ସଭାପତିତ୍ୱ କରି ଶ୍ରୀ ମଦ ଭଗବତ ଗୀତାର ମାହାତ୍ମ୍ୟ ଓ ବର୍ତ୍ତମାନ ସମାଜରେ ଏହାର ଆବଶ୍ୟକତା ସମର୍କରେ ଆଲୋକପlତ କରିଥିଲେ l କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ସୁନ୍ଦରଦାସ ମହାରାଜ ଉଦଘାଟନ କରିଥିଲେ l ସୁଶ୍ରୀ ଅଭିଲିପ୍ସା ଦାଶ ଦଶାବତାର ଗାନ କରିଥିଲେ l lକଥାବାଚକ ଅଧ୍ୟାପକ ଦୟାନିଧି ପଣ୍ଡା ଶ୍ରୀମଦ ଭଗବତ ଗୀତା ବ୍ୟାଖ୍ୟା କରି ସନାତନ ଧର୍ମର ଆଭିମୁଖ୍ୟ ସମର୍କରେ ପ୍ରବଚନ ଦେ ଥିଲେl

ପୂର୍ବତ୍ତନ ପ୍ରଶାସକ ବିନୋଦ କୁମାର ପଣ୍ଡା ମୁଖ୍ୟ ବକ୍ତା ରୁପେ ଯୋଗଦେଇ ଗୀତା ଯଜ୍ଞର ଉପାଦେୟତା ସମ୍ପର୍କରେ ଆଲୋକ ପlତ କରିଥିଲେ lସମାଜ ସେବୀ ମନୋଜ ରଥ ସମ୍ମାନିତ ଅତିଥି ରୁପେ ଯୋଗ ଦେଇ ଗୀତା ବାଣୀର ପ୍ରଚାର ଓ ପ୍ରସାର ପାଈଁ ଉପଦେଶ ଦେଇଥିଲେl ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତlନନ୍ଦ ଗିରି, ଭାରତୀ ମିଶ୍ର, ସସ୍ମିତା ମିଶ୍ର,ମଧୁସ୍ମିତା ମହାପାତ୍ର, ଅନନ୍ତ ଦାସ,ରାମଦାସ, ସନ୍ଧ୍ୟାରାଣୀ,ପ୍ରମୁଖ ଶତାଧିକ ଭକ୍ତ ଉପସ୍ଥିତ ରହି ଭଜନ, କୀର୍ତ୍ତନ, ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମକୁ ମଠା ଧୀଶ ସୁନ୍ଦର ଦାଶ ପରିଚାଳନା କରି ଥିଲେ l
