ଲୋକମହୋତ୍ସବ ଚଇତି -୨୦୨୫ର ସ୍ମରଣିକା ଓ କ୍ରୀଡା ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ରାୟଗଡ:-ତା. ୫/୧୧- ରାୟଗଡ ଲୋକମହୋତ୍ସବ ଚଇତି -୨୦୨୫ର ସ୍ମରଣିକା ଓ ରାତ୍ରି ରହଣି ବ୍ୟବସ୍ଥା ନିମନ୍ତେ ଉପ ସମିତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଅପରାହ୍ନ ୪ ଘଟିକା ସମୟରେ ଅନୁ୍ଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଡ: ଦୁଷ୍ମନ୍ତ କୁମାର ମହାନ୍ତି, କୈଳାସଚନ୍ଦ୍ର ସ୍ବାଇଁ ସମେତ ମାନ୍ଯଗଣ୍ଯ ସାହିତ୍ୟିକ ଓ କମିଟି ସଦସ୍ଯ ଉପସ୍ଥିତ ଥିଲେ । ଓଡିଆ, ହିନ୍ଦି, ତେଲୁଗୁ ଓ ଇଂରାଜୀ ଭାଷାରେ ଲେଖା ଆହ୍ବାନ କରାଯିବ । ଡିସେମ୍ବର ୧୬ ତାରିଖ ସୁଦ୍ଧା ଲେଖାଗୁଡିକ ପହଞ୍ଚିଲେ ଠିକ ସମୟରେ ସ୍ମରଣିକା ପ୍ରକାଶ ପାଇପାରିବ ବୋଲି ସ୍ଥିର କରାଗଲା । ଲେଖାଗୁଡିକ ପ୍ରକୃତି ଓ ରାୟଗଡ ରୀତିନୀତି, ଚାଲିଚଳନ, ସରକାରୀ ଯୋଜନା ସମ୍ପର୍କିତ ହେବା ବିଧେୟ ବୋଲି ସ୍ଥିର ହୋଇଥିଲା ।

ସେହିପରି ଆଇଟିଡିଏ ସଦଭାବନା କକ୍ଷରେ କ୍ରିଡା ଉପକମିଟି ବୈଠକ ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତକୁମାର ପ୍ରଧାନ, ଜିଲ୍ଲା କ୍ରିଡା ଅଧିକାରୀ ସେଖ ଅଲ୍ଲୀନୂର, ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ସୁଜାତା ମାଦଳା ସମେତ ସମସ୍ତ ସଦସ୍ଯ ଓ କ୍ରୀଡାବିତ ଯୋଗଦେଇଥିଲେ । ବିଭିନ୍ନ କ୍ରିଡା ପ୍ରତିଯୋଗିତାର ତାଲିକା ପ୍ରସ୍ତୁତି ସହ ପ୍ରତି ପ୍ରତିଯୋଗିତା ପାଇଁ ତାରିଖ ଧାର୍ଯ୍ଯ କରାଯାଇଥିଲା । ପାୱାର ଲିଫ୍ଟ୍, ୱେଟ ଲିଫ୍ଟ୍, ବଡି ବିଲ୍ଡିଂ, ବାସ୍କେଟବଲ, ବେଡ ମିଣ୍ଟନ, ମାରାଥନ, ପୁରୁଷ,ମହିଳା ଓ ତୃତୀୟଲିଙ୍ଗଙ୍କ କବାଡି, ଭଲିବଲ,ୱାକେଥନ,ଟ୍ରାଇ ସାଇକେଲ, ସ୍ଲୋ ସାଇକେଲ, ଭଲିବଲ ଆଦି କ୍ରିଡା ପ୍ରତିଯୋଗିତା ଆୟୋଜନ ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଆସନ୍ତା ୧୦ ତାରିଖ ଠାରୁ ପ୍ରତିଯୋଗିତାମାନ ଆୟୋଜିତ ହେବ ବୋଲି ଚଇତି ଉପ-ସମିତି ବୈଠକରେ ସ୍ଥିରୀକୃତ ହୋଇଛି ।

Leave a Reply

Your email address will not be published. Required fields are marked *