ଚଣ୍ଡିଖୋଲ ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ.

ଚଣ୍ଡିଖୋଲ ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ. ବଡଚଣା ଅଞ୍ଚଳରେ ସାମାଜିକ, ସାଂସ୍କୃତିକ, ଐତିହ୍ୟର ପ୍ରଚାର ପ୍ରସାର ସହ ବିକଶିତ ବଡଚଣାର ଗୁରୁ ଦାୟୀତ୍ବ ନିର୍ବାହ କରିବାରେ ସାମ୍ବାଦିକ ମାନଙ୍କ ପ୍ରମୁଖ ଭୂମିକା ରହିଆସିଛି।ନିରବଛିନ୍ନ ଭାବେ ଏହି ଗୁରୁ ଦାୟୀତ୍ବ ବହନ କରି ଆସୁଥିବା ଚଣ୍ଡିଖୋଲ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ, କର୍ମକର୍ତ୍ତା ନିର୍ବାଚନ ଓ ଉପଦେଷ୍ଟା ମଣ୍ଡଳୀ ଚୟନ ଅନୁଷ୍ଠିତ ହୋଇଯାଇଛି।ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ସାମ୍ବାଦିକ ମାନଙ୍କ ସମସ୍ୟା,ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କ ରେ ଆଲୋଚନା ସହ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସର୍ବସମ୍ମତି କ୍ରମେ ସଭାପତି ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ ,ଉପସଭାପତି ପ୍ରଦିପ୍ତ କୁମାର ପୃଷ୍ଟି,ସମ୍ପାଦକ ପ୍ରମୋଦ କୁମାର ଜେନା,ସହ ସମ୍ପାଦକ ପବିତ୍ର ସାମଲ, କୋଷାଧ୍ୟକ୍ଷ ଉତ୍କଳ କେଶରୀ ପ୍ରଧାନ, କାର୍ଯ୍ୟକାରୀ କମିଟି ସଭ୍ୟ ଦିଗାମ୍ବର ମହାପାତ୍ର, ତାପସ ମିଶ୍ର, ତ୍ରୈଲୋକ ନାୟକ, ବିମଳ ବେହେରା,ମନୋଜ ମହାନ୍ତି କମିଟିର କର୍ମକର୍ତ୍ତା ଭାବେ ନିର୍ବାଚିତ ହୋଇଥିଲେ।ବୈଠକରେ କମିଟିର ସଭ୍ଯ ତଫିରୁଦ୍ଦିନ ଖାଁ,ପ୍ରଦ୍ୟୁମ୍ନ କୁମାର ଓଝା,ମନୋଜ କୁମାର ପଣ୍ଡା,ଅମିତ ମହାନ୍ତି,ବିଷ୍ଣୁ ଚରଣ ସାହୁଙ୍କୁ ଚୟନ କରାଯାଇଥିଲା।ଅଜୟ ଜେନା,ଶ୍ରୀକାନ୍ତ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।ଉପଦେଷ୍ଟା ମଣ୍ଡଳୀରେ ନିର୍ମଳ ଚନ୍ଦ୍ର ସାମଲ, ମହେଶ୍ୱର ବଳ ଓ ପ୍ରିୟନାଥ ମହାପାତ୍ରଙ୍କୁ ଚୟନ କରାଯାଇଥିଲା।ପରବର୍ତ୍ତି ବୈଠକରେ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥପାଠ ଉର୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା।ଶେଷରେ ତାପସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *