ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

-ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ
-ଢେଙ୍କାନାଳ ଜିଲ୍ଲାରକାମାକ୍ଷାନଗର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି l କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପରିସରରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି କୃଷି ମେଳା ସୋମବାର ଉଦଯାପନ ଉତ୍ସବରେ କାମାକ୍ଷାନଗର କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷି ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁତ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତୀକ ସ୍ଥିତିରେ କୃଷିର ଉର୍ନ୍ନତି ପାଇଁ ଉର୍ନ୍ନତ ମାନର ଯନ୍ତ୍ରପାତି ବ୍ୟବହାର କରିଲେ କୃଷିର ଉର୍ନତିରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ l

ମହିଷାପାଟ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଦିବ୍ୟସୁନ୍ଦର କର ଯୋଗଦେଇ ଉଦ୍ୟାନ ସଂପର୍କ ରେ ସୂଚନା ପ୍ରଦାନ କରିଥିଲେ l ଏହି ମେଳାରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ସକାଶେ ଏକ ଷ୍ଟଲ ଖୋଲାଯାଇ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଚାଷୀମାନଙ୍କୁ ପଞ୍ଜିକରଣ,ନାମ ସଂଯୋଗୀ କରଣ ଆଦି ସଚେତନତା କରାଯାଇ ନିଆରା ପଦକ୍ଷେପ ନିଆଥିଲା l ଏଥି ସହିତ ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ ଷ୍ଟଲ ଖୋଲା ଯାଇ ସଚେତନତା ସୃଷ୍ଟି କରାଯାଇଛି l ତିନିଦିନ ଧରି ଅନୁଷ୍ଠିତ ମେଳା ରେ ଅନୁଜ ସାମଲ, ମଧୁସ୍ମିତା ଶତପଥୀ, ରିତାରାଣୀ ସେଟ, ବିଶ୍ଵକଲ୍ୟାଣୀ ବେହେରା, ଅମରଜ୍ୟୋତି ସାମଲ, ଅକ୍ଷୟ କୁମାର ସେଠୀ, ଶଶୀତୋଷ ବେହେରା, ସୁମନ ରାଉତ, ସୁଶୀଲ କୁମାର ଦାଶ, ଭାବଗ୍ରାହୀ ସାମଲ ପ୍ରମୁଖ ସହାୟତା କରିଥିଲେ l

Leave a Reply

Your email address will not be published. Required fields are marked *