ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଦିନିଆ ଛୁଟି,ନୋଟିସରେ ଲୋକାଲ ଫେଷ୍ଟିଭାଲ

ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଦିନିଆ ଛୁଟି,ନୋଟିସରେ ଲୋକାଲ ଫେଷ୍ଟିଭାଲ

ଗଣିଆ -ଫେବୃୟାରୀ ମାସରେ ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଛାତ୍ର ଛାତ୍ରୀ ମାନେ ମଧ୍ୟ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଗଣିଆରେ ଥିବା ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋମବାର ଛୁଟି ଘୋଷଣା କରାଯାଇଛି । ନୋଟିସ ବୋର୍ଡରେ ନୋଟିସ ନ° ୧୧୬ ଏବଂ ୬/୧୨/୨୫ ତାରିଖରୁ ଏହି ନୋଟିସ୍ ହୋଇଥିବା ଜଣାପଡିଛି । ନୋଟିସରେ ଲୋକାଲ ଫେଷ୍ଟିଭାଲ ପାଇଁ ଛୁଟି ହୋଇଥିବା ଦର୍ଶାଯାଇଛି । ତେବେ ଗଣିଆ ବ୍ଳକରେ ସୋମବାର କୈାଣସି ଯାତ୍ରା, ମହୋତ୍ସବ ନଥିବା ବେଳେ କୈାଣସି ପର୍ବପର୍ବାଣୀ ମଧ୍ୟ ନାହିଁ । ତେବେ କାହା ଇଙ୍ଗିତରେ ଏହି ଅଧ୍ୟକ୍ଷା ଏହି ଛୁଟି ଘୋଷଣା କରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଯଥାରେ ଛୁଟି ଯୋଗୁଁ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଏ ସମ୍ପର୍କରେ ଉପ ଜିଲ୍ଲାପାଳ ତଥା ପରିଚାଳନା କମିଟିର ସଭାପତି କର୍ଣ୍ଣଦେବ ସମାଦାରଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଜାଣି ନଥିବା ପ୍ରକାଶ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଉପଜିଲ୍ଲାପାଳ ଛୁଟି ସମ୍ପର୍କରେ ଜାଣି ନାହାଁନ୍ତି ତେବେ ବିଦ୍ୟାଳୟ କତୃପକ୍ଷ କିଭଳି ଛୁଟି ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ସମୟରେ ଗୋଟିଏ ଦିନ ଅଯଥା ଛୁଟିରେ ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢାରେ ଅନେକ କ୍ଷତି ଘଟିଥିବା ଜଣାପଡିଛି । ତେବେ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *