ପୁଣି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦାଇତ୍ୱ ପାଇଲେ ବିକାଶ ନାୟକ
ପୁଣି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦାଇତ୍ୱ ପାଇଲେ ବିକାଶ ନାୟକ
ଭାରତୀୟ ରାଷ୍ଟ୍ରୀୟ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ରିତେଶ ଦେଶମୁଖ ଗତ ୭ ଡିସେମ୍ବର ରବିବାର ଦିନ ଓଡ଼ିଶାର ବିଭିନ୍ନ ଜିଲ୍ଲା ସଭାପତି ମାନଙ୍କ ନାମ ଘୋଷଣା କରିଥିଲେ । ଯଥାକ୍ରମେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପାଇଁ ଶ୍ରୀ ବିକାଶ ନାୟକଙ୍କ ନାମ ଘୋଷଣା କରିଥିଲେ । ସୂଚନା ଥାଉକୁ ପ୍ରଥମ ଚିଠିରେ ଗଞ୍ଜାମ ଜିଲ୍ଲାକୁ ଦୁଇ ଭାଗ କରି ବିକାଶ ଙ୍କୁ କେବଳ ପୂର୍ବ ଜିଲ୍ଲାର ଦାଇତ୍ୱ ଦେଇଥିଲା ବେଳେ ପୁଣି ଏକ ଚିଠି କରି ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ବିକାଶ ନାୟକଙ୍କୁ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଦାଇତ୍ୱ ଦେଇଛନ୍ତି। ପୂର୍ବରୁ ବିକାଶ ନାୟକ ଯୁବ କଂଗ୍ରେସ ନିର୍ବାଚନରେ ବିଜୟ ହୋଇ ସଭାପତି ହୋଇଥିବା ବେଳେ ବର୍ତ୍ତମାନ ପୁଣି ଦଳ ତାଙ୍କୁ ଏହି ଦାଇତ୍ୱ ଦେଇଥିବାରୁ ସେ ରାଷ୍ଟ୍ରୀୟ ଯୁବ କଂଗ୍ରେସର ସଭାପତି ଶ୍ରୀ ଉଦୟଭାନୁ ଚିବ , ଓଡ଼ିଶା ଯୁବ କଂଗ୍ରେସର ପ୍ରଭାରୀ ରିତେଶ ଦେଶମୁଖ , ପିସିସି ସଭାପତି ଭକ୍ତ ଚରଣ ଦାସ , ରାଜ୍ୟ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ର , ରାଜ୍ୟ ଯୁବ କଂଗ୍ରେସର କାର୍ଯକାରୀ ସଭାପତି କୃଷ୍ଣ ମହାନ୍ତି , ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଗଂଜାମ ଜିଲ୍ଲା ଯୁବ କଂଗ୍ରେସର ପ୍ରଭାରୀ ଶ୍ରୀ ଜ୍ଞାନ ରଞ୍ଜନ ରାଉତଙ୍କ ସହ ଗଞ୍ଜାମ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ତତ୍ ସହିତ ଗଞ୍ଜାମ ଜିଲ୍ଲାର ପ୍ରତେକ୍ ଯୁବକଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସର୍ବଦା ତତ୍ପର ରହିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
