ମାଣବସା ଲକ୍ଷ୍ମୀ ପୂଜା ରେ ବିଶେଷ କାର୍ଯ୍ୟକ୍ରମ ସହ ନାଟକ ମଞ୍ଚସ୍ଥ।

ରଘୁନାଥପୁର ୮/୧୨:-ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ରାଢଙ୍ଗ ପଞ୍ଚାୟତରେ ମା ମହାମାୟୀ ଲକ୍ଷ୍ମୀଙ୍କ ର ପୂଜାର୍ଚ୍ଚନା ମହାଧୁମ୍ ଧାମ୍ ରେ ପାଳନ କରାଯାଇଅଛି। ମାର୍ଗଶୀର ମାସର ଶେଷ ଗୁରୁବାର ରେ ମାଣବସା ଓ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ଦୀର୍ଘ ସାତଦିନ ଧରି ଚାଲୁ ରହେ। ବିଶେଷ କରି ରାଢଙ୍ଗ, ଇଚ୍ଛାପୁର, ପୂଜା, କଳିଙ୍ଗା ଗ୍ରାମ ମାନଙ୍କରେ ମାଆଙ୍କର ପୂଜା କୁ ଉତ୍ସବ ରୂପେ ପାଳନ କରାଯାଇଥାଏ। ଏହି ଲକ୍ଷ୍ମୀପୂଜା ଉପଲକ୍ଷେ ପ୍ରତ୍ୟେକ ଗ୍ରାମର ପୂଜା ମଣ୍ଡପ ପାଖରେ ପାଲା, ଦାସକାଠିଆ, ଭଜନ ସନ୍ଧ୍ୟା ଇତ୍ୟାଦି ପରିବେଷଣ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ରାଢଙ୍ଗ ରାଉତ ସାହି ଗର୍ଭଣା ବଟ ପ୍ରାଙ୍ଗଣରେ ଦୁଇଦିନ ଧରି ମାଆ ନାରାୟଣୀ ନାଟ୍ୟ ସଂସଦ ରାଢଙ୍ଗର କଳାକାର ମାନଙ୍କ ଦ୍ବାରା ନାଟକ ପରିବେଷଣ ଓ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ସ୍ତମ୍ଭକାର ଅବସରପ୍ରାପ୍ତ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡକ୍ଟର ତପନ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ରୂପେ କାଞ୍ଚନ ମୂରଲୀ ହଣ୍ଡାର ମୁଖ୍ୟ ତଥା ସମାଜସେବୀ ଶ୍ରୀଯୁକ୍ତ ହେମନ୍ତ କୁମାର ରଥ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ବାଳା ଜେନା,ଯୁବ ସମାଜସେବୀ ପ୍ରଶାନ୍ତ କୁମାର ମଲ୍ଲିକ,ରାଢଙ୍ଗ ପଞ୍ଚାୟତର ପୂର୍ବତନ ସରପଂଚ ଶ୍ରୀ ପ୍ରଭାକର ଜେନା ଯୋଗ ଦେଇଥିଲେ। ନାରାୟଣୀ ନାଟ୍ୟ ସଂସଦ ର ସଭାପତି ଶ୍ରୀଯୁକ୍ତ ନିମାଇଁ ଚରଣ ରାଉତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବାବେଳେ ନାଟ୍ୟକାର ତଥା ନିର୍ଦ୍ଦେଶକ ୟଶ ଅଣାକାର ରାଉତ ନାଟ୍ୟ ସଂସଦ ର ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶୁଶାନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ସହଯୋଗରେ ଉପାଦେଷ୍ଟା ମଣ୍ଡଳୀ ର ଶ୍ରୀଯୁକ୍ତ ଅଶୋକ କୁମାର ରାଉତ,ଶରତ କୁମାର ରାଉତ, କୃଷ୍ଣ ଚନ୍ଦ୍ର ପାଳ, ଭାସ୍କର ଦାସ, ଶିବପ୍ରସାଦ ରାଉତ, ଶିଶିର ରାଉତ,ଯୁଗଳ ସେଠୀ ଏବଂ ଶଙ୍କର୍ଷଣ ପାଳ ପ୍ରମୁଖ ସହଯୋଗ କରିଥିଲେ। ଏହି ସାଧାରଣ ସଭା ଶେଷରେ ମା ନାରାୟଣୀ ନାଟ୍ୟ ସଂସଦ ର କଳାକାର ମାନଙ୍କ ଦ୍ବାରା ଦୁଇଟି ନାଟକ ମଞ୍ଚସ୍ଥ କରାଯାଇଥିଲା। ଯଥା ନାଟକର ନାଆଁ “କହି ହେଉନି କି ସହି ହେଉନି “ଓ “ସ୍ତ୍ରୀ ଶତ୍ରୁ ହେଲେ ସହିବ କିଏ” । ଅବଶିଷ୍ଟ ରେ ଉକ୍ତ ନାଟକରେ ପ୍ରମୁଖ କଳାକାର ମାନେ ହେଲେ ଲକି, ମନୋଜ,ସମୀର,ବାପୁଲ,ପଞ୍ଚୁ,ଜଗା, ବୁଦ୍ଧିଆ,ବାବୁ, କାଳିଆ, ଚନ୍ଦନ,ରଙ୍କି, କାଦମ୍ବିନୀ ନିଖୁଣ ଅଭିନୟ କରିଥିଲେ। ଏଠାରେ ସୁଚନା ଥାଉ କି ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ପ୍ରତିଭାମାନେ ଥିଲେ ବିଶିଷ୍ଟ ଔପନ୍ୟାସିକ ଭାଗିରଥି ଦାସ ଏବଂ ବିଶିଷ୍ଟ କଳାକାର ମାନେ ଥିଲେ ପ୍ରଫୁଲ୍ଲ ସ୍ୱାଇଁ, ବଟକୃଷ୍ଣ ଜେନା, ବୈଷ୍ଣବ ସାହାଣୀ,ଗୋଲେଖ ସ୍ୱାଇଁ,ଦ୍ୱିଜବର ରାଉତ ଓ ନାରାୟଣ ମିଶ୍ର।

Leave a Reply

Your email address will not be published. Required fields are marked *