ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା

ଧରାକୋଟ,8/12/25ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆନୁକୁଲ୍ୟରେ ଧରାକୋଟ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସ୍ତରର ସମସ୍ତ ବିଦ୍ୟାଳୟ ର ଉପ କନିଷ୍ଠ,କନିଷ୍ଠ ଓ ବରିଷ୍ଠ ବର୍ଗର ତୃତୀୟ ଶ୍ରେଣୀ ରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ 205 ଜଣ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ତିନୋଟି ବର୍ଗର ଦଶ ଜଣ ଛାତ୍ର ଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଶାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ବି ଇ ଓ ଅଭିମନ୍ୟୁ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଡି ଓ ସଂଗ୍ରାମ କେଶରୀ ଜେନା, ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ସମ୍ମାନୀତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ,ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଏ ବି ଇ ଓ ବିଭୁତି ଭୁଷଣ ପାତ୍ର, ସାମ୍ୱାଦିକ ହୃଦାନନ୍ଦ ଜେନା,ପୂର୍ବତନ ଏ ବି ଇ ଓ ସିମାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ଵ ବହନ କରୁଥିବା ପ୍ରକାଶ କରିଥିଲେ

ବି ଆର ସି ସି ସୌରୀ ଶଙ୍କର ବେହେରା ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିବା ବେଳେ ସି ଆର ସି ସି ଗୌରୀ ଶଙ୍କର ଶତପଥୀ ଏଥିରେ ସଂଯୋଜନା କରିଥିଲେ। ସି ଆର ସି ସି କିରଣବାଳା ନାୟକ ଙ୍କ ସ୍ୱର ସଂଯୋଜନା ଓ ଯୋଗୀ ଭାଇ ଙ୍କ ସଙ୍ଗୀତର ତାଳରେ ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସି ଆର ସି ସି ଶର୍ମିଷ୍ଠା ପାତ୍ର ଓ କିରଣବାଳା ନାୟକ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ସମସ୍ତ ସି ଆର ସି ସି ଓ ଗାଇଡ ଶିକ୍ଷକ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *