ସୁଭଦ୍ରା ଶକ୍ତି ମେଳା ଉଦଯାପିତ
ସୁଭଦ୍ରା ଶକ୍ତି ମେଳା ଉଦଯାପିତ l ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ lଶେଷ ସନ୍ଧ୍ୟାରେ ଆକର୍ଷଣୀୟ ଫେସନ୍ ଶୋ # ପ୍ରତିବର୍ଷ କୋଣାର୍କ ଉତ୍ସବରେ ହେବ ମେଳା ପକୋଣାର୍କ,- କୋଣାର୍କ ଚନ୍ଦ୍ରଭାଗା ଠାରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଉଦଯାପନୀ ଉତ୍ସବରେ ଯୋଗଦେଇ କୃତି ପ୍ରସ୍ତୁତକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲ ସହ ୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ମାନେ ବ୍ୟବସାୟ କରିଥିଲେ। ୭ ଦିନରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ସୁଚନା ମିଳିଛି। ଏଥିରେ ବିଭିନ୍ନ ଗୃହ ବ୍ୟବହାର ଉପଯୋଗୀ ସାମଗ୍ରୀ ସହ ଘର ସଜା ସାମଗ୍ରୀ ଫୁଡ ଷ୍ଟଲର ବ୍ୟବସ୍ଥା କରାଯାଇଥିଲା ।ଦର୍ଶକ, ପର୍ଯ୍ୟଟକ ମାନେ ମନ ପସନ୍ଦର ସାମଗ୍ରୀ କ୍ରୟ ସହ ଖାଦ୍ୟ ମେଳାର ଆନନ୍ଦ ନେଉଥିବାର ଦେଖିବାକୁ ମିଳିଥିଲା। ପ୍ରତିବର୍ଷ କୋଣାର୍କ ଉତ୍ସବରେ ହେବ ଶୁଭଦ୍ରା ଶକ୍ତି ମେଳା ବୋଲି ଉପ ମୂଖ୍ୟମନ୍ତ୍ରୀ ସୁଚନା ଦେଇଥିଲେ। ପୂରୀ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡା ନିଜେ ସମସ୍ତ କାର୍ଯ୍ୟ ର ତଦାରଖ କରିବା ସହ ଷ୍ଟଲ ନେଇ ଆସିଥିବା କୌଣସି ମା ମାନଙ୍କର ଯେଭଳି ସମସ୍ୟା ନ ରୁହେ ସେଥି ପ୍ରତି ଯତ୍ନବାନ ହେବାକୁ ଦାୟିତ୍ବ ରେ ଥିବା ଅଧିକାରୀ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ବ୍ୟବସ୍ଥା କୁ ସୁନ୍ଦର ଭାବେ ପରିଚାଳନା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି। ଶେଷ ସଂଧ୍ୟାରେ ଫୁଡ ଷ୍ଟଲ ମାନଙ୍କ ରେ ବେଶ ଗହଳି ଲାଗିଥିବା ର ଦେଖାଯାଇଥିଲା। ଆଶା ଠାରୁ ଅଧିକ ବ୍ୟବସାୟ କରିଛନ୍ତି ବୋଲି ବିକ୍ରେତା ମହିଳା ସଂଗଠନ ମାନେ ଖୁସିବ୍ୟକ୍ତ କରିଛନ୍ତି। ଦୈନିକ ସଂଧ୍ୟାରେ ପାରମ୍ପରିକ ସାଂସ୍କୃତିକ ନୃତ୍ୟ ପରିବେଷଣ ହେଉଥିବା ବେଳେ ଉଦଯାପନୀ ଉତ୍ସବରେ ୱର୍ଲ୍ଡ ସ୍କିଲ୍ ସେଣ୍ଟର୍ ପକ୍ଷରୁ ପାରମ୍ପରିକ ସାଜସଜ୍ଜା ଓ ପରିପାଟୀ କୁ ନେଇ ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ଫେଶନ ସୋ କରାଯାଇଥିଲା। ସୁଭଦ୍ରା ଶକ୍ତି ମେଳାର ସମସ୍ତ ଟେଣ୍ଟ, ସାଜସଜ୍ଜା ଓ ଉପକରଣ ବ୍ୟବସ୍ତା ଭୁବନେଶ୍ଵର ଶୁଭାରମ୍ଭ ଏଜେନ୍ସି ପକ୍ଷରୁ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ, ମିଶନ ଶକ୍ତି ବିଭାଗ, ଗୋପ ବ୍ଲକ ପ୍ରଶାସନ କର୍ମକର୍ତା ମାନେ ପରିଚାଳନା କରିଥିଲେ । ମେଳାରେ କୋଣାର୍କ ଏନଏସି ପ୍ରଶାସନ ସ୍ବଚ୍ଛତା ବ୍ୟବସ୍ଥା, ପୁରୀ ୱାଟକୋ ପକ୍ଷରୁ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ନିରନ୍ତର ଭାବେ କରାଯାଇଥିଲା।
