ଉପକୂଳ ଜାତୀୟ ରାଜପଥ ନକ୍ସା ପରିବର୍ତ୍ତନ ପ୍ରତିବାଦ ରେ ନାଉଗାଁ ବିକାଶ ପରିଷଦ ପକ୍ଷରୁ ସର୍ବଦଳୀୟ ବୈଠକ
Date-09/12/25*ଉପକୂଳ ଜାତୀୟ ରାଜପଥ ନକ୍ସା ପରିବର୍ତ୍ତନ ପ୍ରତିବାଦ ରେ ନାଉଗାଁ ବିକାଶ ପରିଷଦ ପକ୍ଷରୁ ସର୍ବଦଳୀୟ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ – ଜଗତସିଂହପୁର ଜିଲ୍ଲା ନାଉଗାଁ ବିକାଶ ପରିଷଦର ଦାବି ମୁତାବକ ଉପକୂଳ ଜାତୀୟ ରାଜପଥ ପାଇଁ ପୁରାତନ ନକ୍ସା ରାମେଶ୍ଵର ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ରାଜପଥକୁ ମୋହର ମାରି ସ୍ଥିରୀକୃତ କରାଯିବାକୁ ଦାବି କରାଯାଇଛି । ଓଡ଼ିଶାର ଉପକୂଳ ଜାତୀୟ ରାଜପଥ ନିର୍ମାଣ ପାଇଁ 2022 ମସିହାରେ ଶ୍ରୀଚୈତନୀ ଗ୍ରୁପ କରାଇଥିବା ସର୍ଭେ ଅନୁଯାୟୀ ପୁରାତନ ନକ୍ସାକୁ ସରକାରୀ ମୋହର ମାରି ସ୍ଥିରୀକୃତ କରିବା ସହିତ ନୂତନ ପ୍ରସ୍ତାବିତ ନକ୍ସାକୁ ଖାରଜ କରାଯିବାକୁ ନାଉଗାଁ ବିକାଶ ପରିଷଦ ପକ୍ଷରୁ ଦୃଢ଼ଦାବି କରିଛି। ନୂତନନ ଭାବେ ପ୍ରସ୍ତାବିତ ନକ୍ସା ଅନୁସାରେ ରାଜପଥ ନିର୍ମାଣ କରାଗଲେ ନାଉଗାଁ, ବାଲିକୁଦା ଏବଂ ଏରସମା ବ୍ଲକର ଅନେକ ଗ୍ରାମ ବନ୍ୟା ବିପଦରେ ପଡିବେ ତଥା ଜଙ୍ଗଲ ନଷ୍ଟ ହେବା ସହ କିଛି ଅଞ୍ଚଳରେ ବାଲି ଚରିଯିବ। ଫଳରେ ବନ୍ୟା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହେବା ସହିତ ଭବିଷ୍ୟତରେ ବୃହତ୍ କ୍ଷତି ସହିବାକୁ ପଡିବ। ତେବେ 2022 ମସିହାରେ ଶ୍ରୀ ଚୈତନ୍ୟ ଗ୍ରୁପକୁ ସର୍ଭେ କରିବା ପରେ ନାଉଗାଁ, ଓସକଣା, କୋରୁଆ, ଡ଼ାବର୍ ଦେଇ ବାଲିକୁଦା ଓ ଏରସମା କୁ ସଂଯୋଗ କରିବାର ଫାଇନାଲ ନକ୍ସା ଭାରତ ସରକାର ଙ୍କୁ ପ୍ରଦାନ କରାଯାଇ ଥିଲା । ଏହା ସହିତ ଉକ୍ତ ନକ୍ସା କୁ ପରିବେଶ ମଞ୍ଜୁରୀ ମିଳି ସାରିଥିବା ବେଳେ କିଛି ଲୋକ ନିଜର ସ୍ୱାର୍ଥ ହାସଲ ପାଇଁ ନକ୍ସା ପରିବର୍ତ୍ତନ କରି ଦେଲେ । ଯାହା କି ବଡ ବିପଦ ସୃଷ୍ଟି ହେବା ର୍ ସମ୍ଭାବନା ରହିଛି । ତେଣୁ ପୂର୍ବ ନକ୍ସା କୁ କାର୍ଯ୍ୟକାରୀ କରିବା ପାଇଁ ନାଉଗାଁ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି । ରାଜ୍ୟ ସରକାର ଯଦି ପୁରୁଣା ସର୍ବେକ୍ଷଣ ନକ୍ସାକୁ ସ୍ଥିରୀକୃତ ନ କରନ୍ତି, ତେବେ ଆଗାମୀ ଦିନରେ ଅନେକ ଦଳ ସଂଗଠନ ସହ ମିଶି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
