ମା’ଜାଗୁଳାଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।ବାଲିକୁଦା ରେଢୁଆ ଚମ୍ପିୟାନ

ମା’ଜାଗୁଳାଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।
ବାଲିକୁଦା ରେଢୁଆ ଚମ୍ପିୟାନ।

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା’ ଜାଗୁଳାଇ କ୍ରିକେଟ ପଡ଼ିଆରେ ତୃତୀୟ ବର୍ଷର ପ୍ରଥମ ସଟ୍ ବାଉଣ୍ଡରି ଧମାକା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟ କୁ ଅଲଣା ଗ୍ରାମର ମୁଖ୍ୟ ସ୍ବୈମ୍ୟକାନ୍ତ ସ୍ବାଇଁ ଙ୍କ କରକମଳରେ ଉଦ୍ଘାଟିତ ହୋଇଥିବା ବେଳେ ପୁରସ୍କାର ବିବରଣ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଯୁବ ସଂଗଠକ ତଥା ସମସ୍ତଙ୍କର ପ୍ରିୟ ସୁଶାନ୍ତ କୁମାର ଶତପଥୀ ଯୋଗଦେଇ ବିଜୟୀ ଟିମ୍ କୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିଲେ।ଏହି ଟୁଣ୍ଣାମେଣ୍ଟ ରେ ମୋଟ ୮ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ଥାନାପତି ଏକାଦଶ ବାଲିକୁଦା (ରେଢୁଆ) ସହିତ ମହାବୀର ଏକାଦଶ (ପୋଦନା) କ୍ରିକେଟ୍ ଟିମ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ରେ ବାଲିକୁଦା ପ୍ରଥମେ ବ୍ୟାଟିଂ କରି ଦୁଇ ଓଭରରେ ୧୬ ରନ୍ ସଂଗ୍ରହ କରିଥିଲା। ୧୮ ରନ୍ ର ବିଜୟ ଲକ୍ଷ୍ୟ ନେଇ ପୋଦନା ଟିମ୍ ର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ଥିଲେ। ପୋଦନା ଦୁଇ ଓଭର ୧୦ ରନ୍ ରନ ସଂଗ୍ରହ କରିଥିଲା। ଯାହା ଫଳରେ ୬ ରନରେ ବାଲିକୁଦା (ରେଢୁଆ)କ୍ରିକେଟ୍ ଟିମ ଚମ୍ପିୟାନ ହୋଇଥିଲା। ବିଜେତା ଓ ଉପବିଜେତା ଟିମ୍ କୁ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି ଟୁଣ୍ଣାମେଣ୍ଟେ ରେ ଅମ୍ପଏୟଆର ଭାବେ ନାରାୟଣ ପଲାଇ,ସୁର୍ଯ୍ୟକାନ୍ତ ପାତ୍ର,ବିଶ୍ଵଜିତ କୁଅଁର,ତୁସାର କାନ୍ତ ବିଶ୍ଵାଳ ଉପସ୍ଥିତ ଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ଭାସ୍ୟକାର ଭାବେ ସମିର ମହାନ୍ତି ଓ ଆଶୁତୋଷ ରାଉତ ଉପସ୍ଥିତ ଥିଲେ।ସ୍କୋରର ଭାବେ ବିଶ୍ଵଜିତ ବେହେରା,ପ୍ରତିରଞନ ନାୟକ ଉପସ୍ଥିତ ଥିଲେ।ଆଗାମୀ ଦିନରେ ଏହିଭଳି କ୍ରିକେଟ ଟୁଣ୍ଣାମେଣ୍ଟ ଆୟୋଜିତ କରିବା ପାଇଁ କ୍ରିଡ଼ା ପ୍ରେମୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *